ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା; ଥାନାରେ ମାମଲା

ରାସୋଳ: ରାସୋଳ ଥାନା କୁଟୁଣିିଆ ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିିଶ୍ରୁତି ଦେଇ ଜଣେ ଯୁବକ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗ ହୋଇଛି। ଏ ନେଇ ରାସୋଳ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।
ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ ଥାନା କାଙ୍ଗୁଲା ନୂଆ ସାହିର ଜଣେ ଯୁବକ ରାସୋଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ୪ବର୍ଷ ହେଲା ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗ ହୋଇଥିଲା। ପରେ ସେ ପ୍ରତାରଣା କରିବାରୁ ଯୁବତୀଜଣକ ରାସୋଳ ଥାନାରେ ଅଭିଯୋଗ କରିଥିଲେ। ରାସୋଳ ପୁଲିସ ସଂପୃକ୍ତ ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର