ଆଇନ ମନ୍ତ୍ରୀଙ୍କୁ ଦାବିପତ୍ର

ଢେଙ୍କାନାଳ: ନିଖିଳ ଉତ୍କଳ ବିଚାର ବିଭାଗୀୟ କର୍ମଚାରୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ସ˚ଘର କର୍ମକର୍ତାମାନେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ସ˚ଘ ସଭାପତି ବିଷ୍ଣୁଚରଣ ମିଶ୍ର, ଢେଙ୍କାନାଳ ଜିଲ୍ଲା ସଭାପତି ସୁରେନ୍ଦ୍ର ସାହୁ, ଉପସଭାପତି ଦେବପ୍ରସାଦ ସାହୁ,କୋଷାଧ୍ୟକ୍ଷ ସତ୍ୟବ୍ରତ ମହାନ୍ତି, ଯୁଗ୍ମ ସ˚ପାଦକ ସତ୍ୟବ୍ରତ ସାହୁ, କାର୍ଯ୍ୟକାରିଣୀ ସଦସ୍ୟ ବରୁଣ ସାହୁ, ଭୁବନେଶ୍ବର ସ˚ଘର ଯୁଗ୍ମ ସ˚ପାଦକ ଅମୂଲ୍ୟ ଆଚାର୍ଯ୍ୟ ପ୍ରମୁଖ ଗତକାଲି ଆଇନ୍‌ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ତାଙ୍କ ବାସଭବନରେ ଭେଟି କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ସ˚ପର୍କରେ ଅବଗତ କରାଇବା ସହ ସେଗୁଡିକ ପୂରଣ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏ ସ˚ପର୍କରେ ସରକାରଙ୍କ ସହ ଆଲୋଚନା କରିବାକୁ ସ˚ଘର ସଦସ୍ୟମାନଙ୍କୁ ଆମନ୍ତ୍ରଣ କରାଯାଇଥିବା ରାଜ୍ୟ ସଭାପତି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି, ଗତ ୭ ତାରିଖରେ ବରଗଡ ଜିଲ୍ଲାଶାଖା ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ୍‌ ହଲ୍‌ ଠାରେ ନିଖିଳ ଉତ୍କଳ ବିଚାର ବିଭାଗୀୟ କର୍ମଚାରୀ ସ˚ଘର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ନିଖିଳ ଭାରତ ବିଚାର ବିଭାଗୀୟ କର୍ମଚାରୀ ସ˚ଘ ସଭାପତି ଡ. ସକିଲ ଅହମ୍ମଦ ମୋଇନି, ସର୍ବଭାରତୀୟ ସ˚ପାଦକ ବି. ଲକ୍ଷ୍ମଣ ରେଡ୍ଡୀ ପ୍ରମୁଖ ସଭାରେ ଉପସ୍ଥିତ ରହି କର୍ମଚାରୀମାନଙ୍କ ସମସ୍ୟା ସ˚ପର୍କରେ ଆଲୋଚନା କରିଥିଲେ ବୋଲି ରାଜ୍ୟ ସଭାପତି ଶ୍ରୀ ମିଶ୍ର ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର