କଲେଜ ଛାତ୍ରୀଙ୍କୁ ଅପହରଣ

ଢେଙ୍କାନାଳ:ଓଡ଼ାପଡ଼ା ବ୍ଲକ୍  ସିମିନଇ ଅଞ୍ଚଳର ଜଣେ ନାବାଳିକାକୁ ଗତକାଲି ରାତିରେ ୩ ଜଣ ଦୁର୍ବୃତ୍ତ ଅପହରଣ କରିନେଇଥିବା ନେଇ ସଦର ଥାନାରେ ଅଭିଯୋଗ ହେଇଛି । ମିଳିଥିବା ସୂଚନା ଅନୁଯାୟୀ, ସିମିନଇ ମହାବିଦ୍ୟାଳୟର ଯୁକ୍ତ ୨ରେ ପଢୁଥିବା ଜଣେ ଛାତ୍ରୀ ଗତକାଲି ରାତିରେ ନିଜେ ଘରେ ଶୋଇଥିଲେ। ମଧ୍ୟ ରାତିରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅପହରଣ କରିନେଇଥିଲେ। ଏ ସଂପର୍କରେ ନାବାଳିକାଙ୍କ ବାପାଙ୍କ ଅଭିଯୋଗ କ୍ରମେ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ମଳୟ କୁମାର ନାୟକ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର