ଦାମ ଖୋଲିଲେ ଦୁର୍ନୀତି ପେଡ଼ି:୧୮ବର୍ଷରେ ଓଡ଼ିଶା ଦେବାଳିଆ

ଢେଙ୍କାନାଳ: ରାଜକୋଷକୁ ଲୁଟୁଛନ୍ତି ନବୀନ ସରକାର। ମେଧାବୃତ୍ତି ନାଁରେ ୫୦କୋଟି ହଡ଼ପ କରିଛନ୍ତି। ଯୌନ କେଳେଙ୍କାରୀ ଏବ˚ ମଦ ମାଫିଆଙ୍କୁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ଖଣି ମାଫିଆଙ୍କୁ ଘଣ୍ଟ ଘୋଡ଼ା ଯାଉଛି। ରାଜକୋଷଠାରୁ ଆରମ୍ଭ କରି ଚିଟ୍‌ଫଣ୍ତ ଠକେଇ, ଚାଷୀ ଆତ୍ମହତ୍ୟା ଆଦି ପ୍ରତିଟି ପ୍ରସଙ୍ଗରେ ଆଜି ଏମିତି ଗର୍ଜନ ତର୍ଜନ କରିଛନ୍ତି ବିଜେଡିର ପୂର୍ବତନ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ।
ଓଡ଼ିଶା ସୂଚନା ଅଧିକାର ଅଭିଯାନ ଢେଙ୍କାନାଳ ଶାଖା ଏବ˚ ଓଡ଼ିଶା ଦୁର୍ନୀତି ସ˚ଘ ମିଳିତ ସହଯୋଗରେ ସନ୍ଧ୍ୟାରେ ଢେଙ୍କାନାଳ ସହର ରଥଗଡ଼ାରେ ଆୟୋଜିତ ଦୁର୍ନୀତି ବିରୋଧୀ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତର ରାଉତ କେବଳ ବିଜେଡିର ଅତୀତ ଗୁମର କଥା ଖୋଲି ନାହାନ୍ତି, ବର˚ ୧୮ବଷ‌ ଶାସନ କାଳରେ କିପରି ଓଡ଼ିଶାକୁ ଋଣଗସ୍ତ କରି ସରକାର ଦେବାଳିଆ କରିଛନ୍ତି ତାହାର ପରିସଂଖ୍ୟାନ ଜନତାଙ୍କ ଆଗରେ ରଖିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦୁର୍ନୀତି ଖୋର‌୍‌ ନେତା ଓ ମନ୍ତ୍ରୀଙ୍କ କବଳରେ କବଳିତ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଣ ଓଡ଼ିଆ ଅଫିସରଙ୍କ ବଡ଼ ଅଜବ ନୀତି ଚାଲିଛି।

ଦୁର୍ନୀତି ବିରୋଧରେ ଯିଏ ମୁହଁ ଖୋଲୁଛି, ତାକୁ ଦଳରୁ ବିଦା କରାଯାଉଛି। ରାଜ୍ୟରେ ଚିଟ୍‌ଫଣ୍ତ ଲିଙ୍କ୍‌, କୁନ୍ଦୁଲି ଦୁଷ୍କର୍ମ ମାମଲା, ଚାଷୀ ଆତ୍ମହତ୍ୟା ଆଦି ପ୍ରତି ଘଟଣାରେ ସରକାରୀ ଦଳର ନେତା ଓ ବିଧାୟକଙ୍କ ହାତ ରହଥିବା ବେଳେ ନବୀନ ଗଣମାଧୢମରେ ନମ୍ବର ଵାନ କେମିତି ହେଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଅଞ୍ଜନା ଧର୍ଷଣ ପାଇଁ କ˚ଗ୍ରେସ ସରକାର ଦିନେ ଗାଦିଚ୍ୟୁତ ହେଲା। ବର୍ତ୍ତମାନ ରାଜ୍ୟ‌େର ସେମିତି ଘଟଣା ଚାଲଇଛି। ନାବାଳିକାମାନେ ଗଣଦୁଷ୍କର୍ମର ଶିକାର ହୋଇ ଚାଲିଛନ୍ତି।
ଖଣି ଦୁର୍ନୀତି ପ୍ରସଙ୍ଗରେ ସେ କହିଛନ୍ତି, ରାଜ୍ୟରେ ୧ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ହେଲା। କିନ୍ତୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ମାତ୍ର ଅଳ୍ପ କେତେ ଟଙ୍କା ଜରିମାନା ଆଦାୟ କରି ଖଣି ମାଫିଆଙ୍କୁ ଏ ସରକାର ଘଣ୍ଟ ଘୋଡ଼ାଉଛନ୍ତି। ସେମାନଙ୍କ ଲାଇସେନ୍‌ସ ନବୀକରଣ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ୧୮ବର୍ଷ ତଳେ ସରକାର ଅବକାରୀରୁ ୧୩୫କୋଟି ଟଙ୍କା ରାଜସ୍ବ ପାଉଥିଲେ। ଏବେ ତାହା ୩୦ହଜାର ୩୦୦ କୋଟିରେ ପହଞ୍ଚିଛି। ସରକାର ରାଜ୍ୟରେ ମଦ୍ୟପଙ୍କ ସ˚ଖ୍ୟା ବଢ଼ାଇବାକୁ ଚାହୁଁଛନ୍ତି ବୋଲି ଡାକ୍ତର ରାଉତ କହିଛନ୍ତି।
ବିଜୁ ଯୁବ ବାହିନୀ ଗଠନ ପଛର ଅସଲ ଉଦେଶ୍ୟ ଖୋଲିଛନ୍ତି ଦାମ। କହିଛନ୍ତି, ୪୭୫କୋଟି ଟଙ୍କାର ରାଜସ୍ବ ଚଳୁ କରିବା ଏ ବାହିନୀ ଗଠନର ଲକ୍ଷ୍ୟ। ମହାନଦୀରେ ଜଳ ଆବଣ୍ଟନକୁ ନେଇ ଛତିଶଗଡ଼ ଓ ଓଡ଼ିଶା ମଧୢରେ ଦେଖା ଦେଇଥିବା ସଙ୍କଟକୁ ଦୂରେଇବା ପରିବର୍ତେ ବାଘ ଛାଲ ପିନ୍ଧିଥିବା ନବୀନ ଗଧିଆ ମହାନଦୀ ଆନ୍ଦୋଳନ କରିବା ଓ କଳସରେ ମହାନଦୀରେ ଜଳ ଭର୍ତି କିରବା ଭଳି ଆନ୍ଦୋଳନ କରୁଛନ୍ତି। ଓଡ଼ିଶାର ୭୦ଭାଗ ଜଳ ବ୍ୟବହାର ହୋଇ ନ ପାରି ସମୁଦ୍ରରେ ମିଶି ଯାଉଥିବା ବେଳେ ମହାନଦୀକୁ ନେଇ ନବୀନଙ୍କର ଏ ପ୍ରକାର କୁମ୍ଭୀର କାନ୍ଦଣା କ’ଣ ପାଇଁ ବୋଲି ଦାମ ପ୍ରଶ୍ନ କରିଛନ୍ତି।
୧୮ବର୍ଷରେ ଓଡ଼ିଶାକୁ କିପରି ଦେବାଳିଆ କରାଯାଇଛି ତା’ର ହିସାବ ଦେଇଛନ୍ତି ଦାମ। କହିଛନ୍ତି, ଜାନକୀ ଓ ବିଜୁବାବୁଙ୍କ ସରକାର ସମୟରେ ରାଜ୍ୟ ୧୮ହଜାର କୋଟି ଟଙ୍କା କରିଥିଲା। ନବୀନ ସରକାରଙ୍କ ୧୮ବର୍ଷ ଶାସନ କାଳରେ ତାହା ୭୭ହଜାର ୬୦୦କୋଟି ଟଙ୍କାରେ ପହଞ୍ଚିଛି। ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ମେଧା ବୃତ୍ତିରୁ ୫୦କୋଟି ଟଙ୍କା ଦୁର୍ନୀତି କରାଯାଇଛି। ସେ କୃଷିମନ୍ତ୍ରୀ ଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରେ ହୋଇଥିବା ୫୯କୋଟି ଟଙ୍କାର ସାର ଦୁର୍ନୀତି ସ˚ପର୍କରେ ତଦନ୍ତ ପାଇଁ କହିବାରୁ ଫାଇଲକୁ ଚାପି ରଖି ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ବୋଲି ଦାମ ଭରା ସଭାରେ ସଫେଇ ଦେଇଛନ୍ତି। ସଭାରେ ଅନ୍ୟମାନଙ୍କ ମଧ୍ୟରେ କ˚ଗ୍ରେସ ମିଡ଼ିଆ ସେଲ୍‌ ମୁଖ୍ୟ ସତ୍ୟପ୍ରକାଶ ନାୟକ, ବରିଷ୍ଠ ସାମ୍ବାଦିକ ରବି ଦାଶ ପ୍ରମୁଖ ଯୋଗ ଦେଇ ରାଜ୍ୟରେ ବିଜେଡି ସରକାର ଚଳାଇଥିବା ବିଭିନ୍ନ ଦୁର୍ନୀତି ଉପରେ ଆଲୋକପାତ କରିଥିଲେ। ସୂଚନା ଅଧିକାର ଅଭିଯାନ ସ˚ପାଦକ ସୁଧୀର ମହାନ୍ତି ଉପସ୍ଥିତ ରହି ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ସୂଚନା ଅଧିକାର ଆନ୍ଦୋଳନରେ ସାମିଲ ହେବା ପାଇଁ ଆହ୍ବାନ ଦେଇଥିଲେ। ରାଜ୍ୟ ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଢେଙ୍କାନାଳ ସୂଚନା ଅଧିକାର କର୍ମୀ ପ୍ରିୟବ୍ରତ ଗଡ଼ନାୟକ କାର୍ଯ୍ୟକ୍ରମ ସ˚ଯୋଜନା କରିଥିଲେ।

ସମ୍ବନ୍ଧିତ ଖବର