ଗଁଦିଆ: ଗୁଳି ମାଡ଼ରେ ଗଁଦିଆ ବ୍ଲକ ସୋରିଷିଆପଦା ପଞ୍ଚାୟତ ସିମିଳିଆ ଗାଁର ଶିକାରୀ ମଧୁସୂଦନ ଦେହୁରୀ(୪୦)ଙ୍କର ମଙ୍ଗଳବାର ମୃତ୍ୟୁ ହୋଇଛି। ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମଧୁସୂଦନ ଓ ସେହି ଗାଁର ସହଯୋଗୀ ବାବୁଲି ଦେହୁରୀ ଶିକାର ପାଇଁ ଗତକାଲି ନିକଟସ୍ଥ ରାମେଇ ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ। କିନ୍ତୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ମଧୁସୂଦନ ଘରକୁ ନ ଫେରିବାରୁ ପରିବାର ଲୋକେ ସନ୍ଦେହ କରିଥିଲେ। ଆଜି ଜଙ୍ଗଲରେ ଖୋଜାଖୋଜି କରିବା ପରେ ମଧୁସୂଦନଙ୍କ ଗୁଳିବିଦ୍ଧ ଶରୀର ପାହାଡ଼ ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଗଁଦିଆ ଥାନା ପୁଲିସ ଘଟଣାସ୍ଥଳରୁ ମୃତ ଦେହ ଜବତ କରିଛି। ମଧୁସୂଦନଙ୍କ ସହଯୋଗୀ ବାବୁଲି ଫେରାର୍ ଅଛନ୍ତି। ଜନ୍ତୁ ଶିକାର ବେଳେ ଭୁଲ୍ ବଶତଃ ମଧୁସୂଦନଙ୍କ ଦେହରେ ଗୁଳି ବାଜିଥିବା ପୁଲିସ ଅନୁମାନ କରୁଛି।
ଜଙ୍ଗଲରେ ଶିକାରୀଙ୍କୁ ଗୁଳି:ଦିନକ ପରେ ପାହାଡ଼ ତଳୁ ମିଳିଲା ଶବ
ସହଯୋଗୀ ଫେରାର୍
/sambad/media/post_attachments/wp-content/uploads/2018/01/murder-in-firing-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)