ଢେଙ୍କାନାଳ: ‘ସେସୁ’ କର୍ମଚାରୀଙ୍କ ଘରେ ଡକାୟତି: ସାଢ଼େ ୩ ଲକ୍ଷ ଟଙ୍କା; ୧୩ ଭରି ସୁନା ଅଳଙ୍କାର ନେଇଗଲେ

କାମାକ୍ଷାନଗର: ଶନିବାର ବିଳମ୍ବିତ ରାତ୍ରୀରେ ଢେଙ୍କାନାଳ ଜିଲ୍ଲା ତୁମୁଶିଙ୍ଗା ଥାନା ଅଞ୍ଚଳ ପଣ୍ଡୁଆ ଛକସ୍ଥିତ ଜଣେ ‘ସେସୁ’ କର୍ମଚାରୀଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି।

ଡାକୁମାନେ ନଗଦ ସାଢ଼େ ୩ ଲକ୍ଷ ଟଙ୍କା ଓ ୧୩ ଭରି ସୁନା ନେଇ ପଳାଇଛନ୍ତି।

ଶନିବାର ରାତି ପ୍ରାୟ ୯: ୩୦ ସମୟରେ ‘ସେସୁ’ କର୍ମଚାରୀ ମନୋଜ ସାହୁଙ୍କ ଘରେ ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣ ମୁଖା ପିନ୍ଧିଥିଲେ। ପ୍ରଥମେ ସେମାନେ ମନୋଜଙ୍କୁ କାତି ସାହାଯ୍ୟରେ ଆକ୍ରମଣ କରି ଘର ଭିତରକୁ ନେଇଯିବା ସହ ବାରମ୍ବାର ବାଡ଼ିରେ ପିଟାପିଟି କରି ଭୟଭୀତ କରିଥିଲେ। ମନୋଜଙ୍କ ପିଠି, ହାତ ଓ ସମଗ୍ର ଦେହରେ କ୍ଷତ ଓ ମାଡ଼ ଚିହ୍ନ ରହିଛି। ଘରୁ ଟଙ୍କାପଇସା ଓ ସୁନା ଆଦି ନେଇ ଡାକୁମାନେ ରାତି ୧୧ଟାରେ ସେଠାରୁ ପଳାଇ ଯାଇଥିଲେ।

ଡକାୟତମାନେ ଚାଲିଯିବା ପରେ ପରେ ମନୋଜ ପଣ୍ଡୁଆ ଫାଣ୍ଡିକୁ ଫୋନ୍‌ ଯୋଗେ ସୂଚନା ଦେଇଥିଲେ ଓ ସକାଳେ ତୁମୁଶିଙ୍ଗା ଥାନାରେ ଲିଖିତ ଅଭିଯୋଗ ପରେ ଥାନା ଅଧିକାରୀ ବିଷ୍ଣୁଚରଣ ବାରିକ ଘଟନାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର