କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଲୋକନାଥପୁର ଶାସନ ବାଲିସାହି ରାସ୍ତା ନିକଟରେ ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ଏକ ଟ୍ରକ୍ ଜଳିଯାଇଥିବାର ଖବର ମିଳିଛି। ଏହି ଅଘଟଣରେ ଟ୍ରକ୍ ଚାଳକଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ଭୁବନ ପଟୁ କାମାକ୍ଷାନଗର ଆଡ଼କୁ ଆସୁଥିବା ଏକ ଟ୍ରକ ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ଜଳିଯାଇଥିଲା।ଏଥିରେ ଗାଡ଼ିର ଡ୍ରାଇଭରଙ୍କ ପ୍ରାଣହାନି ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।ତେବେ ଚାଳକଙ୍କ ପରିଚୟ ମିଳିପାରି ନାହିଁ।
କାମାକ୍ଷାନଗର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ କାମାକ୍ଷାନଗର ଥାନା ପୁଲିସ ଏହାର ତଦନ୍ତ ଆରମ୍ଭ କରୁଛି। ଚାଳକଙ୍କୁ କାମାକ୍ଷାନଗର ମେଡିକାଲକୁ ଆଣିଥିବା ବେଳେ ଏଠାରେ ତାଙ୍କର ମୃତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଉପରେ ଅଧିକ ତଦନ୍ତ ଚାଲୁ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Untitled-26.png)