ହାତୀ ଘର ଭାଙ୍ଗି ଧାନ ଖାଇଲେ

ଓଡ଼ାପଡ଼ା: ହିନ୍ଦୋଳ ରୋଡ଼ ଫାଣ୍ଡି ଜରଡ଼ା ଗାଁରେ ଗତକାଲି ରାତିରେ ପଲେ ହାତୀ ପଶି ଫସଲ ଉଜାଡ଼ିଛନ୍ତି। ଗାଁର ପ୍ରସନ୍ନ ପୃଷ୍ଟିଙ୍କ ୨ ବଖରା ଆଜବେଷ୍ଟସ୍‌ ଘର ହାତୀ ଭାଙ୍ଗିବା ସହ ତାଙ୍କର ପ୍ରାୟ ୧୦ ବସ୍ତା ଧାନ ଖାଇଦେଇଛନ୍ତି। ଗାଁର ବହୁ ଲୋକଙ୍କ ବାଡ଼ିରୁ କଦଳୀଗଛ, ପନିପରିବା ଫସଲ ନଷ୍ଟ କରିଛନ୍ତି। ବନ ବିଭାଗ କ୍ଷୟକ୍ଷତି ତଦନ୍ତ କରିଛି।

ସମ୍ବନ୍ଧିତ ଖବର