ଢେଙ୍କାନାଳ: ଢେଙ୍କାନାଳରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ଢେଙ୍କାନାଳ ସଦର ରେଞ୍ଜ ଓସ୍ତପାଳ ଗାଁ ନିକଟରେ ଦନ୍ତାହାତୀର ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତ ହାତୀର ଆନୁମାନିକ ବୟସ ୨୦ ବର୍ଷ ହେବ। ସକାଳୁ ଦନ୍ତାହାତୀର ମୃତଦେହ ପଡ଼ିଥିବା ଦେଖି ଓସ୍ତପାଳ ଗ୍ରାମବାସୀ ବନବିଭାଗକୁ ଖବର କରିଥିଲେ।
ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଟିମ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୌଣସି ବିଷାକ୍ତ ଖାଦ୍ୟ ଖାଇ ଦନ୍ତାହାତୀର ମୃତ୍ୟୁ ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ପୋଷ୍ଟମୋର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବା ନେଇ ବନବିଭାଗ ପକ୍ଷରୁ ସୁଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/elephant-2.jpg)