କାଦୁଅରେ ଫସି ମାଈ ହାତୀର ମୃତ୍ୟୁ

କାମାକ୍ଷାନଗର: କାମାକ୍ଷାନଗର ଅଞ୍ଚଳରେ  କାଦୁଅରେ ଫସି ଏକ ମାଈ ହାତୀର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ମୃତ ହାତୀର ବୟସ ୩ରୁ ୪ବର୍ଷ ହେବ ବୋଲି ଅନୁମାନ କରୁଛି ବନବିଭାଗ। କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କଙ୍କିଳି ଗ୍ରାମ ଦନାର ପୋଖରୀ ନିକଟରେ ଆଜି ସକାଳେ ମାଈ ହାତୀଟିର କାଦୁଅରେ ଫସି ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଦୀର୍ଘ ସମୟ ଧରି କାଦୁଅରୁ ବାହାରି ନପାରିବା ଯୋଗୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଏତେ ସମୟ ଧରି କାଦୁଅରେ ଫସି ରହିବା ପରେ ମଧ୍ୟ ବନବିଭାଗ ପାଖରେ ଖବର ପହଞ୍ଚି ନଥିଲା। ହାତୀଟିର ମୃତ୍ୟୁ ହେବା ପରେ ବନ ବିଭ‌ାଗର କରମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ପୂର୍ବ ସୂଚନା ମୂତାବକ ଗତ ୯ତାରିଖ ମଙ୍ଗଳବାର ଅପରାହ୍ନରେ ଏକ ୫ଟକିଆ ହାତୀପଲ ପୋଖରୀକୁ ପାଣି ପିଇବାକୁ ଯାଇ ଫସିରହିଥିଲେ। ୫ରୁ ୬ଘଣ୍ଟା ଫସି ରହିବା ପରେ ହାତୀମାନେ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ତେବେ ଆଜି ସକାଳୁ ଏଠାରେ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ହାତୀର କିପରି ମୃତ୍ୟୁ ଘଟିଛି, ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି ରେଞ୍ଜର ବନ ବିହାରୀ ସର୍ଦାର କହିଛନ୍ତି।

ସମ୍ବନ୍ଧିତ ଖବର