ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ହାତୀ ଆକ୍ରମଣରେ ଜଣେ ଯୁବ ଚାଷୀଙ୍କ ଜୀବନ ଯାଇଛି। ମୃତକ ହେଲେ ରଞ୍ଜିତ ରାଉତ।
ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଯୁବ ଚାଷୀ ରଞ୍ଜିତ ରାଉତ(୩୫) ଆଜି ଭୋର୍ ପାଞ୍ଚଟା ବେଳେ ଧାନ ବିଲକୁ ଦେଖିବାକୁ ଯାଇଥିଲେ। ସେହି ସମୟରେ ସେ ହଠାତ୍ ଏକ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀଟି ରଞ୍ଜିତଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲେ। ଏହାଫଳରେ ଘଟଣାସ୍ଥଳରେ ହିଁ ରଞ୍ଜିତ ରାଉତଙ୍କର ମୃତ୍ୟୁ ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/elephant-narasinghpur-603x430-5.jpg)