ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଦୁଦୁରକୋଟ ଗ୍ରାମପଞ୍ଚାୟତ ଗୁରିଲୋ ଗ୍ରାମର ସୁରେଇ ସାମଲ (୬୮) ନିଜ କାଜୁ ବଗିଚାକୁ କାଜୁ ତୋଳିବାକୁ ଯାଇଥିବା ସମୟରେ ସକାଳ ୭ଟା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। କାଜୁ ତୋଳୁଥିବା ସମୟରେ ପଛ ପାଖରୁ ଆସି ହାତୀ ଆକ୍ରମଣ କରିବାରୁ ଗୁରୁତର ହୋଇଥିଲେ। ପ୍ରଥମେ ପ୍ରାଥମିକ ଚିକିତ୍ସା ପାଇଁ ହିନ୍ଦୋଳ ଡାକ୍ତରଖାନାକୁ ନେଇଥିଲେ ପରେ ଅବସ୍ଥା ଗୁରୁତର ଥିବାରୁ ଅନୁଗୁଳ ଡାକ୍ତରଖାନାକୁ ପଠାଇଦିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ହିନ୍ଦୋଳରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ
/sambad/media/post_attachments/wp-content/uploads/2023/04/ELEPHANT.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)