ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ହାତୀ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୬ ମାସ ଭିତରେ ଜଙ୍ଗଲୀ ହାତୀ ଉପଖଣ୍ଡର ୧୪ଜଣ ଲୋକଙ୍କୁ ମାରିସାରିଲାଣି। ଉପଖଣ୍ଡର ଏବେ ଆମ୍ବ, କାଜୁ, ଫସଲ ଉଜୁଡ଼ିବାକୁ ବସିଲାଣି ହାତୀ ଭୟରେ ଲୋକେ ଆମ୍ବ ଆଉ କାଜୁ ଅମଳ କରିବା ପାଇଁ ବଗିଚାକୁ ଯାଉନଥିବା ବେଳେ ଏବେ ସେ ସବୁ ଉଜୁଡ଼ିବାକୁ ବସିଲାଣି।
କିଛିଦିନ ପୂର୍ବରୁ କାଜୁ ତୋଳିବା ପାଇଁ ଯାଇଥିବା ଗୁରିଲୋ ଗ୍ରାମର ଜଣଙ୍କୁ ହାତୀ ମାରିଥିବା ବେଳେ ଆଜି ଉପଖଣ୍ଡର ବାଲିକିଆରୀ ଗ୍ରାମ ମାଳତୀ ମୁଣ୍ଡିଆ ସାହିର ଲଷ୍ମୀଧର ପାତ୍ର ନିଜର ନିତ୍ୟକର୍ମ ପାଇଁ ଗ୍ରାମ ନିକଟ ପଡ଼ିଆକୁ ଯାଇଥିଲା ବେଳେ ଜଙ୍ଗଲୀ ହାତୀ ତାକୁ ମାରି ଦେଇଥିବା ଜଣାଯାଇଛି। ଘଟଣାସ୍ଥଳରେ ହିନ୍ଦୋଳ ବନବିଭାଗ ଓ ରାସୋଳ ପୁଲିସ ପହଞ୍ଚିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/elephant-dddd.jpg)