୫୫ ନମ୍ବର ଜାତୀୟ ରାଜପଥ ଉପରେ ୫୦ ଟିକିଆ ହାତୀପଲ, ଦେଖନ୍ତୁ ଭିଡିଓ

ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଗଦାଶିଳା ସେକସନ ହଳଦିଆବାହାଳ ଜାତୀୟ ରାଜପଥ ପାର ହେଉଥିବା ଏକ ୫୦ ଟିକିଆ ହାତୀପଲକୁ ଦେଖିବାକୁ ମିଳିଛି। ଏହି ବିଶାଳକାୟ ହାତୀପଲ ଆଜି ସକାଳୁ ସକାଳୁ ୫୫ ନମ୍ବର ଜାତୀୟ ରାଜପଥ ପାର ହୋଇ ଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଘଟଣାସ୍ଥଳରେ ଥିବା ଲୋକେ ଏହାକୁ କ୍ୟାମେରାରେ କଏଦ୍ କରିଛନ୍ତି। ଫଳରେ କିଛି ସମୟ ଧରି ଜାତୀୟ ରାଜପଥ ୫୫ରେ ଗାଡ଼ିମଟର ଅଟକି ରହିଥିଲା। କଟକ-ସମ୍ବଲପୁର ରାସ୍ତାରେ ଯାତାୟାତ କରୁଥିବା ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।

ଖାଦ୍ୟ ଅନ୍ୟେଷଣରେ ଏହି ହାତୀପଲ ପରଜଙ୍ଗ ମହାବିରୋଡ ରେଞ୍ଜ ପଟରୁ ବ୍ରାହ୍ମଣୀ ନଦୀ ପାର ହୋଇ ମଠରଗଡି ରିଜର୍ଭ ଫରେଷ୍ଟ ଆଡକୁ ମୁହାଁଇଛନ୍ତି। ଅଧିକାଂଶ ସମୟରେ ଏହି ହାତୀପଲ ଏଭଳି ଯାତାୟାତ କରିଥାନ୍ତି। ସେଥିପାଇଁ ବନବିଭାଗ ପକ୍ଷରୁ ଏହି ହାତୀମାନଙ୍କୁ ଜାତୀୟ ରାଜପଥ ଫୋରଲେନିଙ୍ଗ ପାର କରାଯାଇଥାଏ।

 

ସମ୍ବନ୍ଧିତ ଖବର