କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଖୁଣ୍ଟାପଶି ଗୁଣ୍ଡିଚାନାଳି ଜଙ୍ଗଲ ନିକଟରେ ସୋମବାର ଭୋର ୫ଟାରେ ପୁଲିସ ଉପରକୁ ପାଲଟା ଗୁଳିକରି ଗୁଳି ଖାଇଲା କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ। ବହୁ ଅପରାଧିକ ମାମଲାରେ ଜଡ଼ିତ ଥିବା ସୁବାସ ଖୁଣ୍ଟିଆକୁ କାମାକ୍ଷାନଗର ପୁଲିସ ଖୋଜୁଥିବା ବେଳେ ଟେର ପାଉନଥିଲା। ସୁବାସ ନାମରେ ବିଭିନ୍ନ ଥାନାରେ ୧୮ରୁ ଅଧିକ ମାମଲା ଥିବା ଜଣାପଡିଛି। ଖୁଣ୍ଟାପଶି ଗୁଣ୍ଡିଚାନାଳୀ ଗାଁ ପାଖ ଜଙ୍ଗଲରେ ସୋମବାର ସକାଳେ ହୋଇଥିଲା ଏନକାଉଣ୍ଟର, ଯାହାଫଳରେ ସୁବାସର ଡାହାଣ ଗୋଡ଼ରେ ବାଜିଛି ଏକ ଗୁଳି। ଘଟଣାସ୍ଥଳରେ ଏସ୍ଡିପିଓ ସ୍ନେହାଶିଷ ସାହୁ , ଥାନା ଅଧିକାରୀ ଧୀରେନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଆହତ ସୁବାସ ଖୁଣ୍ଟିଆକୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତି କରାଯାଇଥିଲା। ହେଲେ ପରେ ତାକୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରେ ସ୍ଥାନାନ୍ତରିତ କରାଯାଇଚି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/dcf0a615-1cc3-4eba-ace0-e9dacb8dfb2a.jpeg)