କାମାକ୍ଷାନଗର: ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଭୁବନ ଓ ପର୍ଜଙ୍ଗର ୨ଟି ସ୍ଥାନରେ ଚଢ଼ଉ କରି ୭୦କେଜି କେଜି ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛି ବିଭାଗ। ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି କହିଛି ବିଭାଗ। ଏଥିରେ ସଂପୃକ୍ତ ୭ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଅବକାରି ବିଭାଗର ୪ଟି ଟିମ ପର୍ଜଙ୍ଗ ବାରିହାପୁର,କାମାକ୍ଷାନଗରର ଆଳତୁମା ଓ ଭୁବନର ବାଲିଝାଟି ଏବଂ ଡେଙ୍ଗାବାହାଳି ଅଞ୍ଚଳରେ ଚଢ଼ଉ କରି ଏହି ସଫଳତା ପାଇଛି।

Advertisment

ଏହି ଚଢ଼ଉରେ ଢେଙ୍କାନାଳ ଅବକାରୀ ବିଭାଗର ଷ୍ଟାଫ ମଧ୍ୟ ସହଯୋଗ କରିଥିଲେ। ଘଟଣାରେ ୩ଟି ବୋଲେରୋ ଓ ଏକ ଜେନ ଏଷ୍ଟିଲୋ ଗାଡ଼ି ସମେତ ୮ଟି ମୋବାଇଲ ଫୋନ, ୩ଟି ଏଟିଏମ କାର୍ଡ ମଧ୍ୟ ଜବତ କରାଯାଇଛି।ଏହି ଗଞ୍ଜେଇ ସବୁ ବୈାଦ୍ଧରୁ ବେପାରିମାନେ ଆଣି ଢେଙ୍କାନାଳ ଜିଲ୍ଲା ଓ ଯାଜପୁର ଜିଲ୍ଲାର ବିଭିନ୍ନ ଜାଗାରେ ଯୋଗାଣ କରୁଥିବା  ସୂଚନା ଦେଇଛି ଅବକାରୀ ବିଭାଗ।ତେବେ ଦୀର୍ଘ ଦିନ ହେବ ଏହି ଭଳି ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଅବକାରୀ ବିଭାଗକୁ ଚକମା ଦେଇ ଗଞ୍ଜେଇ ମାଫିଆମାନେ ବ୍ୟବସାୟ କରୁଥିଲେ।