ଢେଙ୍କାନାଳ/ଗଁଦିଆ: ନିହଲପ୍ରସାଦ ଥାନା ନିତ୍ୟାନନ୍ଦପୁର ଗାଁରେ ପୁଲିସ ଚଢ଼ଉ କରି ପ୍ରାୟ ୪୦ ହଜାର ଟଙ୍କାର ବିସ୍ଫୋରକ ସାମଗ୍ରୀ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ, ନିତ୍ୟାନନ୍ଦପୁରରେ ବିସ୍ଫୋରକ ସାମଗ୍ରୀ ଥିବା ବିଶ୍ବସ୍ତ ସୂତ୍ରରୁ ପୁଲିସ ଖବର ପାଇଥିଲା। ଗତକାଲି ଦିନ ୧୧ଟାବେଳେ ନିହଲପ୍ରସାଦ ଥାନାଧିକାରୀ ଆର୍.କେ. ମଲ୍ଲିକ ସଦଳବଳ ଗାଁରେ ଚଢ଼ଉ କରିଥିଲେ। ପୁଲିସ ଗ୍ରାମର ରଘୁନାଥ ସାହୁ, ନିଗମ ଚରଣ ସେନାପତି(୪୮) ଏବଂ ଶଙ୍କର୍ଷଣ ଜେନା(୪୩)ଙ୍କଠାରୁ ୪୦୦ କେଜି ଆମୋନିୟମ୍ ନାଇଟ୍ରେଟ୍, ୪୫୦ଟି ସୁପର୍ ଆମୋନିୟ ଡେଟୋନେଟର ଏବଂ ୧୦୦ ଟି ପାୱାର ଜେଲ୍ ଜବତ କରିବା ସହ ସେମାନଙ୍କୁ ଗିରଫ କରିଥିଲା। ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୪୦ ହଜାର ଟଙ୍କା ହେବ। ବିସ୍ଫୋରକ ଆଣିବା ପାଇଁ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଏକ ବଲେରୋ ଭ୍ୟାନ୍ (ଓଆର୍୦୪ପି-୧୭୨୧) ଏବଂ ଗୋଟିଏ ହିରୋହୋଣ୍ଡା ସ୍ପେ୍ଲଣ୍ଡର ପ୍ଲସ୍ ମଟରସାଇକଲ୍ (ଓଆର୍୦୨ବିଓ-୫୧୨୩) ପୁଲିସ ଜବତ କରିଛି। ଏ ସଂପର୍କରେ ନିହଲପ୍ରସାଦ ଥାନାରେ କେସ୍ ନମ୍ବର ୨୩/୩, ଦଫା ୪/୫ଏକ୍ସପ୍ଲୋସିଭ୍ ସବଷ୍ଟାନ୍ସ ଆକ୍ଟରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ୩ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଡିଆଇବି ଡିଏସ୍ପି ଯୋଗେଶ୍ୱର ଓରାମ୍ ସୂଚନା ଦେଇଛନ୍ତି।
ବିସ୍ଫୋରକ ସହ ବାଇକ୍, ବଲେରୋ ଜବତ:୩ ଗିରଫ
/sambad/media/post_attachments/wp-content/uploads/2019/04/dhenk-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)