ଛାତ୍ରଛାତ୍ରୀଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର

ଢେଙ୍କାନାଳ: ଢେଙ୍କାନାଳ ଦକ୍ଷିଣକାଳୀ ରୋଡ କଳିଙ୍ଗ ଚକ୍ଷୁ ଚିକିତ୍ସାଳୟରେ ନବରଙ୍ଗପୁର ଜିଲ୍ଲାର ୭ ଜଣ ଛାତ୍ରଛାତ୍ରୀଙ୍କର ମାଗଣାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି। ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ ମିଶ୍ରଙ୍କ ପରାମର୍ଶ କ୍ରମେ ସ୍ଥାନୀୟ ସର୍ବଶିକ୍ଷା ଅଭିଯାନ ଏବ˚ ଢେଙ୍କାନାଳ କଳିଙ୍ଗ ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ନବରଙ୍ଗପୁର ଜିଲ୍ଲାର ଚକ୍ଷୁ ସମସ୍ୟାଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇଥିଲା। କଳିଙ୍ଗ ଚକ୍ଷୁ ଚିକିତ୍ସାଳୟର ଡାକ୍ତରୀ ଦଳ ନବରଙ୍ଗପୁର ଯାଇ ୯୮ ଜଣ ଛାତଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ ୨୩ ଜଣଙ୍କର ୨ଟି ପର୍ଯ୍ୟାୟରେ ଅସ୍ତ୍ରୋପଚାର କରାଯିବାକୁ ସ୍ଥିର ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୦ ଜଣ ପିଲାଙ୍କୁ କଳିଙ୍ଗ ଚକ୍ଷୁ ଚିକିତ୍ସାଳୟକୁ ଅଣାଯାଇଥିଲା। ସେମାନଙ୍କ ମଧୢରୁ ୩ ଜଣଙ୍କର ସ୍ବାସ୍ଥ୍ୟବସ୍ଥା ଠିକ୍‌ ନଥିବାରୁ ଅସ୍ତ୍ରୋପଚାର କରିବା ସମ୍ଭବ ହୋଇନଥିଲା। ଫଳରେ ପ୍ରଥମ ପର୍ଯ୍ୟାୟରେ ୭ ଜଣ ଛାତ୍ରଛାତ୍ରୀଙ୍କ ଅସ୍ତ୍ରୋପଚାର କରାଯାଇଛି। ଚକ୍ଷୁ ବିଶେଷଜ୍ଞ ଡା. ଚନ୍ଦ୍ରଶେଖର ସାହୁ ଅସ୍ତ୍ରୋପଚାର କରିଥିଲେ। ସେମାନେ ସୁସ୍ଥ ଥିବା ଚିକିତ୍ସାଳୟର ନିର୍ଦ୍ଦେଶକ ସୁନିଲ ମିଶ୍ର ଓ
ସାରଙ୍ଗଧର ସାମଲ ସୂଚନା ଦେଇଛନ୍ତି ା

ସମ୍ବନ୍ଧିତ ଖବର