ଢେଙ୍କାନାଳ: ଅଜଣା ଗାଡି ସହିତ ବାଇକ ଧକ୍କା, ବାପା-ପୁଅ ମୃତ, ୫ବର୍ଷର ନାତି ଗୁରୁତର

କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଭଦଳିଆ ଠାରେ ଆଜି ଅପରାହ୍ନ ୩ଟା ବେଳକୁ ଅଜଣା ଗାଡି ସହିତ ବାଇକ ଧକ୍କା ଗୋଟିଏ ପରିବାରର ବାପା-ପୁଅ ମୃତ ହୋଇଥିଲା ବେଳେ ୫ ବର୍ଷର ନାତି ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ ଯଡୋଲିଆ ଗ୍ରାମର ଜଗବନ୍ଧୁ ସର୍ଦାର (୫୫ ବର୍ଷ) ତାଙ୍କ ପୁଅ ବିରଞ୍ଚି ସର୍ଦାର(୨୭ବର୍ଷ)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ବିରଞ୍ଚି ନିଜର ବାପା ଜଗବନ୍ଧୁ ସର୍ଦାର ଓ ପୁଅ ସୁଜିତ ସର୍ଦାର (୫ବର୍ଷ)କୁ ନେଇ ଏକ ହିରୋ ଡିଲକ୍ସ (ଓଡି ୦୬ଜି-୧୬୫୫)ରେ ଭଦଳିଆ ଗାଁରୁ ନିଜ ଗାଁ ଡୋଲିଆକୁ ଆସୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। କଙ୍କଡାହାଡ଼ ମହାବିରୋଡ଼ ମୁଖ୍ୟ ରାସ୍ତା ଭଦଳିଆ ଛକ ନିକଟରେ ଅଜଣା ଗାଡି ସହିତ ବାଇକ ଧକ୍କା ହେବାରୁ ଘଟାଣ ସ୍ଥଳରେ ବିରଞ୍ଚିଙ୍କର ମୃତ୍ୟୁ ହୋଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଦ୍ୱାରା ବାପା ଜଗବନ୍ଧୁ ସର୍ଦାର ଓ ବିରଞ୍ଚିଙ୍କ ୫ ବର୍ଷର ପୁଅ ସୁଜିତଙ୍କୁ ଗୁରୁତର ଅବସ୍ଥାରେ କଙ୍କଡ଼ାହାଡ଼ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଗବନ୍ଧୁଙ୍କ ମୃତ୍ୟୁ ଘଟିଥିବା ବେଳେ ସୁଜିତର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପରେ ଢ଼େଙ୍କାନାଳ ଜିଲ୍ଲା ସଦର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର