ଲଉଡ଼ି ଖେଳରେ ମାଡ଼, ଦୁଇଭ‌ାଇ ଗୁରୁତର

କାମାକ୍ଷାନଗର: କାମାକ୍ଷାନଗର ଥାନା ସମ।ଟାଙ୍ଗି ଗାଁରେ ଆଜି ମାଘ ପୂର୍ଣ୍ଣିମା ଯାତ୍ରାରେ ଲଉଡି ଖେଳ ଚାଲିଥିଲା। ଏଥିରେ ମାଡ଼ପିଟ ହେବାରୁ ୨ ଭାଇ ଗୁୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଏହି ଗାଁକୁ ଲଉଡ଼ି ଖେଳିବାକୁ ବିଜାଡିହି ଗାଁର ଏକ ଦଳ ଯାଇଥିଲେ। ରାତି ୭ଟାବେଳେ ଲଉଡ଼ି ଖେଳ ଚାଲିଥିବା ସମୟରେ ପୂର୍ବ ଶତ୍ରୁତାରୁ ମାଡ଼ପିଟ ହୋଇଥିଲା। ନିଜ ଦଳର ୪ଜଣଙ୍କ ମାଡ଼ରେ ନବ ବେହେରା (୫୫) ଓ ତାଙ୍କ ଭାଇ ଦେବ ବେହେରା(୫୭)ଙ୍କ ମୁଣ୍ଡ ଫାଟିଯାଇଛି। ସେମାନଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତି କରାଯାଇଛି। ଏ ସଂପର୍କରେ ଥାନାରେ ମାମଲା ରଜୁହୋଇଛି।

ସମ୍ବନ୍ଧିତ ଖବର