କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଖଟଖୁରା ଗାଁରେ ଆଜି ଦିନ ପ୍ରାୟ ୧୧ଟାରେ ଅଗ୍ନିକାଣ୍ଡ ହୋଇଛି। ଏଥିରେ ଜଳିଯାଇଚି ୧୦ ବଖରା ଘର। ଅଗ୍ନିକାଣ୍ଡର କାରଣ ଜଣା ପଡ଼ି ନଥିବା ବେଳେ ପ୍ରାୟ ଗାଁର ୬ଜଣ ଲୋକଙ୍କର ୧୦ବଖରା ଉପରେ ସମ୍ପୂର୍ଣ୍ଣ ଭାବରେ ଜଳିଯାଇଛି।
/sambad/media/post_attachments/wp-content/uploads/2022/11/4770009f-99da-4504-853d-055ff0dd632b.jpg)
ଖବର ପାଇ କାମାକ୍ଷାନଗରର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି। ଗାଁର ସନାତନ ବିଶ୍ୱାଳ, ବିରଞ୍ଚି ବିଶ୍ୱାଳ, ସୁରେନ୍ଦ୍ର ବିଶ୍ୱାଳ, ଜମ୍ବେଶ୍ଵର ବିଶ୍ୱାଳ, ରବି ବିଶ୍ୱାଳ , ଗୋଲେଖ ବିଶ୍ୱାଳଙ୍କର ଘର ଜଳି ଯାଇଛି। କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/022b6916-6600-4173-9bf9-4cd4e618a0df.jpg)