କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାନପୁରା ଗାଁରେ ରବିବାର ସକାଳ ୪ଟାରେ ଅଗ୍ନିକାଣ୍ଡ ଜଳିଗଲା ୩ ବଖରା ଘର। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି।
କାନପୁରା ଗାଁର ଦାଶରଥୀ ପ୍ରଧାନଙ୍କ ପରିବାର ଲୋକେ ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ହୋଇଛି ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଧାନ, ଚାଉଳ ସହିତ ସମସ୍ତ ଆସବାବପତ୍ର ପୋଡି ଯାଇଥିବା ଜଣାପଡିଛି। କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତେବେ ତୁରନ୍ତ ଅଗ୍ନିବିପନ୍ନଙ୍କ ପରିବାର ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି।
କାନପୁରା ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୩ ବଖରା ଘର
/sambad/media/post_attachments/wp-content/uploads/2024/03/Untitled-3.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)