କାମାକ୍ଷାନଗର: ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ତାରିଣୀ ମନ୍ଦିର ନିକଟରେ ଏକ ଚଳନ୍ତା କାରରେ ନିଆଁ ଲାଗିଥିବାର ଖବର ମିଳିଛି। ତେବେ ଏଥିରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଥିବାର ସୂଚନା ରହିଛି।
ସୂଚନା ଅନୁସାରେ ପରଜଙ୍ଗ ପଟୁ କାମାକ୍ଷାନଗର ଆଡ଼କୁ ଆସୁଥିବା ଗୋଟିଏ କାରରେ କାମାକ୍ଷାନଗର ତାରିଣୀ ମନ୍ଦିର ନିକଟରେ କୌଣସି କାରଣରୁ ନିଆଁ ଲାଗିଥିଲା। ହଠାତ୍ ଇଞ୍ଜିନରୁ ଧୂଆଁ ବାହାରିଥିଲା। ଗାଡ଼ିରେ ଥିବା ଲୋକମାନେ ବାହାରକୁ ପଳାଇ ଆସିଥିଲେ। କାମାକ୍ଷାନଗର ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ ।
ଚଳନ୍ତା କାରରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
/sambad/media/post_attachments/wp-content/uploads/2022/05/06c1153a-5a2d-41c7-8674-d733c15e4e43.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)