ଢେଙ୍କାନାଳ: ଅସୁସ୍ଥ ହାତୀ ଆକ୍ରମଣରେ ଫରେଷ୍ଟ ଗାର୍ଡ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସବ୍‌ଡ଼ିଭିଜ ଅନ୍ତର୍ଗତ ମହାବିରୋଡ଼ ଅଞ୍ଚଳରେ ଶନିବାର ଏକ ଅସୁସ୍ଥ ହାତୀ ଆକ୍ରମଣରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ରାତିରେ ଜଙ୍ଗଲରୁ ଏକ ହାତୀ ପଲ ଗତରେଇ ମୁଣ୍ଡାସାହିର ବିଲକୁ ଧାନ ଖାଇବାକୁ ଆସିଥିଲେ। ରାତି ପାହିବାରୁ ଅନ୍ୟ ହାତୀମାନେ ଜଙ୍ଗଲକୁ ଫେରି ଯାଇଥିବା ବେଳେ ଏକ ହାତୀ ଅସୁସ୍ଥ ହୋଇ ପଡ଼ିଥିଲା। ସକାଳ ହେବାରୁ ଲୋକମାନେ ଅସୁସ୍ଥ ହାତୀ ବିଲରେ ପଡ଼ିରହିଥିବା ଦେଖି ଥିଲେ। ସେମାନେ ବନ ବିଭାଗକୁ ସୂଚନା ଦେଇଥିଲେ। ଫରେଷ୍ଟ ଗାର୍ଡ ହାତୀର ଅବସ୍ଥା ଜାଣିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର