କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ କନ୍ଧରା ଆଦର୍ଶ ବିଦ୍ୟାଳୟରୁ ଶନିବାର ଘରକୁ ପିଲା ନେଇ ୪ଟା ବେଳକୁ ଘରକୁ ଆସୁଥିବା ଏକ ଟାଟା ଏସି ଗଛକୁ ପିଟିଛି। ଫଳରେ ୪ଜଣ ଛାତ୍ରଛାତ୍ରୀ ଆହତ ହେବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଚି। ଗାଡିଟି ତିନିଘରିଆ ଛକ ନିକଟରେ ଗଛରେ ପିଟିହୋଇ ଥିଲା। ଯାହା ଫଳରେ ଗାଡ଼ିରେ ଥିବା ପ୍ରାୟ ୧୨ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୪ଜଣ ଆହତ ହୋଇଥିଲେ।
/sambad/media/post_attachments/wp-content/uploads/2019/02/kamasshya1-300x192.jpg)
ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ଦ୍ୱାରା ଆହତ ଛାତ୍ରଛାତ୍ରୀମାନଙ୍କୁ ମେଡିକାଲରେ ଭର୍ତି କରାଯାଇଛି। ଗାଡିଟି ବିରାସାଳ, ବାଟଗାଁ, ତଣ୍ଡିମୁଣ୍ଡା ଓ କଙ୍କଣା ଗାଁର ଛାତ୍ରଛାତ୍ରୀଙ୍କୁ ନେଇକି ଯାଉଥିଲା। ଆହତ ମାନେ ହେଲେ ଓମପ୍ରଭା ସିଂହ (ଷଷ୍ଠ ଶ୍ରେଣୀ) ଘର ବିରାସାଳ, ତଣ୍ଡିମୁଣ୍ଡାର ଆଦ୍ୟାପ୍ରିୟଦର୍ଶନୀ ସାହୁ (ପଞ୍ଚମ ଶ୍ରେଣୀ), ବିରାସାଳ ଗ୍ରାମର ପାୟଲ ପ୍ରିୟଦର୍ଶନୀ ବେହେରା (ଚତୁର୍ଥ ଶ୍ରେଣୀ) ଓ ସନ୍ଦୀପ ସୁନ୍ଦର ଦାସ (ଚତୁର୍ଥ ଶ୍ରେଣୀ) ଆହତ ହୋଇଛନ୍ତି।
ଘଟଣା ସ୍ଥଳରୁ ଚାଳକ ଫେରାର ହୋଇଯାଇଛି। ମେଡିକାଲରେ କେବଳ ଅଭିଭାବକ ମାନେ ଅଛନ୍ତି ବିଦ୍ୟାଳୟ କତ୍ତୃପକ୍ଷ ମଧ୍ୟ ଆସିନାହାନ୍ତି। ଏହାକୁ ନେଇ ମେଡିକାଲରେ ଅଭିଭାବକ ମହଲରେ ଚାପା ଉତେଜନା ଦେଖା ଦେଇଛି। ଚିକିତ୍ସା କରୁଥିବା ଡାକ୍ତର ବିଶ୍ଜିତ ନନ୍ଦ କହିଛନ୍ତି ପିଲାମାନେ ସୁସ୍ଥ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/kamasshya.jpg)