୩ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବତ, ଜଣେ ଗିରଫ

କାମାକ୍ଷାନଗର: ବିପୁଳ ପରିମାଣର ଗଞ୍ଜେଇ ସହ ଜଣଙ୍କୁ ଗିରଫ କରିଛି କାମାକ୍ଷାନଗର ଅବକାରୀ ବିଭାଗ। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଭୁବନ ଥାନାର ନୂଆ ଭୁବନର ସତ୍ୟାନନ୍ଦ ସାହୁ। ତାଙ୍କ ଠାରୁ ୬୨ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କହିଛି ଅବକାରୀ ବିଭାଗ।
ସୂଚନା ଅନୁସାରେ ସତ୍ୟାନନ୍ଦ ନିଜ ଘରେ ଗଞ୍ଜେଇ ରଖି ବ୍ୟବସାୟ କରୁଥିଲା। ଏନେଇ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ସନ୍ଧାନ ଜାରି ରଖିଥିଲା। ଆଜି ସକାଳୁ ଅବକାରୀ ବିଭାଗ ଏକ ଟିମ ଚଢାଉ କରି ଏହି ସଫଳତା ହାସଲ କରିଛି।

 

ସମ୍ବନ୍ଧିତ ଖବର