ଢେଙ୍କାନାଳ: ଢେଙ୍କାନାଳ ସହରର ବାଜିଚୌକସ୍ଥିତ ପାତ୍ର ଜୋତା ହୋଲସେଲିଂ ଦୋକାନ ଏବଂ ଯତନନଗର ସ୍ଥିତ ଜୋତା ଗୋଦାମରେ ଆଜି ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଷ୍ଟେଟ ଜିଏସଟି ଏନଫୋର୍ସମେଣ୍ଟ ଟିମ ଅନୁଗୁଳର ଡେପୁଟି କମିଶନର ଶିବାଶିଷ ସୂର୍ଯ୍ୟକାନ୍ତ ସାହୁଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ ଉଭୟ ସ୍ଥାନରେ ପହଞ୍ଚି ଯାଞ୍ଚ କରୁଛନ୍ତି। ଏହା ଏକ ନିୟମିତ ଯାଞ୍ଚ ବୋଲି କୁହାଯାଉଛି।
/sambad/media/post_attachments/wp-content/uploads/2024/01/f4690759-4d14-4fa2-bd99-3c78af2b5107-225x300.jpeg)
ଏନେଇ ଅନୁଗୁଳର ଡେପୁଟି କମିଶନର କହିଛନ୍ତି, ବ୍ୟବସାୟ ପରିଚାଳନା ନେଇ କେତେକ ଅଭିଯୋଗ ଏବଂ ବିଜନେସ ଇଣେ୍ଟଲିଜେନ୍ସରୁ ଖବର ପାଇଥିଲୁ। ଏଥିପାଇଁ ଅନୁମତି ଅଣାଯାଇ ବ୍ୟବସାୟ ପରିଚାଳନା କଭିଳି ହେଉଛି ତାହାର ଯାଞ୍ଚ କରାଯାଉଛି। ଯେଉଁସବୁ ଅଭିଯୋଗ ଅଛି ତା’ର ତଦନ୍ତ କରାଯିବା ସହ ଷ୍ଟକଗୁଡ଼ିକର ଯାଞ୍ଚ କରାଯିବା ପରେ ସତ୍ୟତା ଜଣାପଡ଼ିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ତଦନ୍ତ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/Untitled-15.png)