କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ବାଲିଗୋରଡ଼ ପଂଚାୟତ କାନ୍ତରିପାଟ ତଳସ।ହିର ସୁମନ୍ତ ସାମଲଙ୍କ ୫ବର୍ଷର ଝିଅ ସାଇଶ୍ରୀତା ଜନ୍ମରୁ ଭିନ୍ନକ୍ଷମ। ୫ବର୍ଷ ହେଲା ପରିବାର ଲୋକେ ଝିଅର ଚିକିତ୍ସା ଜାରି ରଖିଛନ୍ତି। ଘରେ ଯାହା କିଛି ଥିଲା ବିକ୍ରିବଟା କରିବା ପରେ ଏବେ ୫୦ହଜାରରୁ ଅଧିକ ହାତ ଉଧାରୀ କରିଛନ୍ତି ତାହା କିପରି ସୁଝିବେ ସେହି ଚିନ୍ତାରେ ଅଛନ୍ତି। ଏପରି କି କାମକୁ ଗଲେ ଘରେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ମିଳୁଥିବା ବେଳେ ଭିନ୍ନକ୍ଷମ ଝିଅର କିପରି ଚିକିତ୍ସା କରିବେ ସେହି ଚିନ୍ତାରେ ଅଛନ୍ତି ବାପା ମାଆ। ସରକାରୀ ସ୍ତରରେ ଯଦି ସାହାଯ୍ୟ ମିଳିପାରିବ ତେବେ, ଶିଶୁଟି ସୁସ୍ଥ ହୋଇ ପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଭିନ୍ନକ୍ଷମ ଶିଶୁକନ୍ୟାକୁ ନେଇ ଚିନ୍ତାରେ ବାପା ମା’
/sambad/media/post_attachments/wp-content/uploads/2019/05/dhenk.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)