ଢେଙ୍କାନାଳ: ସ୍ୱର୍ଗତ ବିମଳ କିଶୋର ମିଶ୍ରଙ୍କ ସ୍ମୃତିରେ ସିନର୍ଜି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଢେଙ୍କାନାଳ ଓ ରିଜିଓନାଲ୍ ସେଣ୍ଟର ଫର୍ ଷ୍ଟଡିଜ୍ (ଦାଣ୍ଡିମାଳ) ସାଇଁବିରୀ ମିଳିତ ସହଯୋଗରେ ଓଡ଼ାପଡ଼ା ବ୍ଲକ୍ ଗଦାଶିଳା ଗ୍ରାମପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ଆଜି ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ଡା.ରାଜକିଶୋର ସେଠୀଙ୍କ ସହ କର୍ଣ୍ଣ, ନାସା, ଗଳା ରୋଗ ବିଶେଷଜ୍ଞ ଡା.ମୋନିକା ପଟ୍ଟନାୟକ, ଚକ୍ଷୁ ବିଶେଷଜ୍ଞ ଡା.ସୁଚିସ୍ମିତା ଶତପଥୀ, ବଳରାମପୁର ପିଏଚ୍ସିର ଡା.ରଜତ କୁମାର ବେହେରା, ଓଡ଼ାପଡ଼ା ପିଏଚ୍ସିର ଡା.ଅନନ୍ତ କୁମାର ରାଉଳ ପ୍ରମୁଖ ଯୋଗ ଦେଇ ଚିକିତ୍ସା ସେବା ଯୋଗାଇ ଦେଇଥିଲେ।
ଭେଷଜ, ଇଏନ୍ଟି, ଚକ୍ଷୁ, ସ୍ତ୍ରୀ ରୋଗ, ଶିଶୁରୋଗ ଆଦି ବିଭିନ୍ନ ବିଭାଗରେ ୨୫୦ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣା ଔଷଧ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସ୍ୱର୍ଗତ ବିମଳ ମିଶ୍ରଙ୍କ ସାନପୁଅ ହାଇକୋର୍ଟ ବିଚାରପତି ଶଶିକାନ୍ତ ମିଶ୍ର ସ୍ୱାସ୍ଥ୍ୟଶିବିର ପରିଦର୍ଶନ କରିଥିଲେ। ରିଜିଓନାଲ୍ ସେଣ୍ଟର ଫର୍ ଷ୍ଟଡିଜ୍ ଅନୁଷ୍ଠାନର ସଭାପତି ମମତା ରାଉତ, ସଂପାଦକ କୃଷ୍ଣଚନ୍ଦ୍ର ସାହୁ, ନରେନ୍ଦ୍ର ରାଉତ, କାର୍ଯ୍ୟନିର୍ବାହୀ ସଦସ୍ୟ ରବିନାରାୟଣ ସାହୁ, ଶିବପ୍ରସାଦ ରାଉତ, ସାରଙ୍ଗଧର ରାଉତ, ମାୟାଧର ସାହୁ, ବାସୁଦେବ ନାୟକ, ସମରଜିତ ଜେନା, ସିନର୍ଜି କଲେଜ ଅଫ୍ ନର୍ସିଂର ପ୍ରାଶାସନିକ ଅଧିକାରୀ ଚନ୍ଦ୍ରକାନ୍ତ ମିଶ୍ର, ଅକ୍ଷୟ କୁମାର ଜେନା ଓ ଛାତ୍ରଛାତ୍ରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ।