କାମାକ୍ଷାନଗର: କାମାକ୍ଷାନଗର ବିଭିନ୍ନ ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବରେ ଅନେକ କ୍ଷୟକ୍ଷତି ହେବା ସହ ଦୀର୍ଘ ସମୟ ଧରି ରାସ୍ତାରେ ଗଛ ପଡ଼ିଯିବାରୁ ରାସ୍ତା ଅବରୋଧ ପରିସ୍ଥିତ ଦେଖାଦେଇଥିଲା। ଗତକାଲି ରାତିରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହେବା ଯୋଗୁ ଏଭଳି ସ୍ଥିତି ଦେଖାଦେଇଛି। କାମାକ୍ଷାନଗର ଏନଏସି ସହର ମଧ୍ୟରେ ମଧ୍ୟ ଗଛ ଡାଳ ଲାଇନ ତାର ଉପରେ ପଡ଼ଥିବାରୁ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ସେହିପରି ଅଁଳାବେଳେଣି ବଜାରରେ ଥିବା ଦୋକାନଗୁଡ଼ିକର ଅନେକ କ୍ଷୟକ୍ଷତି ହୋଇଛି। ମେଡିକାଲର ଗେଟ ଭାଙ୍ଗିଯିବା ସାଙ୍ଗକୁ କୁସୁମଯୋଡ଼ି କୋପରେଟିଭ ସୋସାଇଟିର ଅଫିସ ଗୃହ ସମ୍ଫୂଣ୍ଣ ଭାଙ୍ଗିଚୁରମାର ହୋଇଯାଇଛି।
/sambad/media/post_attachments/wp-content/uploads/2024/06/b27b8cee-ac07-4255-888b-01a070b5c3ba.jpeg)
ଅଫିସର ଆଜବେଷ୍ଟସ୍ ଉଡ଼ିଯିବାରୁ ଅଫିସ ଭିତରେ ପାଣି ପଶିବା ଯୋଗୁ କମ୍ଫ୍ୟୁଟର, ଅଫିସର ଅନେକ କାଗଜପତ୍ର ସବୁ ବର୍ଷା ପାଣିରେ ଓଦା ହୋଇ ନଷ୍ଟ ହୋଇଯାଇଛି।ଅଫିସ ଭିତରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି। ପଶୁ ଚିକିତ୍ସକଙ୍କ କାର୍ଯ୍ୟାଳୟ ଭାଙ୍ଗିବା ସହ ଏକ କାର ମଧ୍ୟ ଭାଙ୍ଗିଯାଇଛି। ରାତିରେ କାଳବୈଶାଖୀ ହେବା ଯୋଗୁ ବିଦ୍ୟୁତ ସଂଯୋଗ ମଧ୍ୟ ଦିଆହୋଇପାରି ନାହିଁ। ଆଜି ସକାଳୁ ସମସ୍ତ କାର୍ଯ୍ୟ ଆରମ୍ଭ କରାଯାଇଛି। କୁସୁମଯୋଡ଼ି ଠାରେ ୨ଟି ବଡ଼ବଡ଼ କୁୁୁୁକୁଡା ଫାର୍ମ ମଧ୍ୟ ମାଟିରେ ମିଶିଯାଇଛି।କ୍ଷତିପୂରଣ ଦେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/17a4a1d7-9478-4a87-95da-f8d09d90fd1e.jpeg)
