କାମାକ୍ଷାନଗର: ହୋଲି ହେଉଛି ଭାଇଚାରାର ପର୍ବ ହୋଲି। ସାରା ରାଜ୍ୟରେ ଉତ୍ସବର ମାହୋଲ ରହିଥିବା ବେଳେ ସରକାରଙ୍କ କରୋନା କଟକଣାକୁ ମାନି ସମସ୍ତେ ହୋଲି ଉତ୍ସବ ପାଳନ କରୁଛନ୍ତି। ହେଲେ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ପତଞ୍ଜଳି ଯୋଗ ପରିବାର ତରଫରୁ ନିଆରା ଢଙ୍ଗରେ ହୋଲି ମନାଇଛନ୍ତି ଲୋକେ।
ଏଠାକାର ମୁଣ୍ଡିଦେଉଳି ଶିବ ମନ୍ଦିର ପଡିଆରେ କମ୍ ସଂଖ୍ୟକ ଲୋକମାନଙ୍କୁ ନେଇ ହୋଲି ଉତ୍ସବ ପାଳନ କରାଯାଉଛି। ଏଠାରେ କେହି କୌଣସି କେମିକାଲ ମିଶା ରଙ୍ଗ ନ ଖେଳି ସମସ୍ତେ ଫୁଲ ଓ ପତଞ୍ଜଳିର ଅଭିରରେ ହୋଲି ଖେଳିଥିଲେ। ଏକ ଭାଇଚାରା ସଂପର୍କ ଦେଖିବାକୁ ମିଳିଥିଲା। ସମାଜକୁ ଏକ ନୂତନ ବାର୍ତ୍ତା ଦେଇଥିଲେ। ପ୍ରଥମେ ସମାଜର ମଙ୍ଗଳ ନିମନ୍ତେ ଏକ ଯଜ୍ଞର ଆୟୋଜନ କରାଯାଇଥିଲା। ତାପରେ ସମସ୍ତ ସଦସ୍ୟ ଫୁଲରେ ହୋଲି ଖେଳିଥିଲେ। ସରକାରଙ୍କର ସମସ୍ତ ଗାଇଡଲାଇନକୁ ମାନିଥିବାର ମଧ୍ୟ ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/kamakhya.png)