ହିନ୍ଦୋଳ : ବିଦ୍ୟୁତ ତାର ବିଛାଇ ପଶୁ ଶିକାର ଉଦ୍ୟମ, ଜଣେ ଗିରଫ

ହିନ୍ଦୋଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କୋଈ ସଂରକ୍ଷିତ ଜଙ୍ଗଲରେ  ଶିକାରୀଙ୍କ ଦୌରାତ୍ମ୍ୟ ବଢିଚାଲିଛି । ଶିକାରୀମାନେ ନୂଆ ନୂଆ କୌଶଳ ବ୍ୟବହାର କରି ପଶୁ ଶିକାର କରିବାରେ ଲାଗିଛନ୍ତି । ଗତକାଲି ବିଦ୍ୟୁତ ତାର ବିଛାଇ ପଶୁ ଶିକାର ପାଇଁ ଛକି ବସିଥିବା ଜଣେ ଶିକାରୀକୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ହିନ୍ଦୋଳ ବାଘଧରିଆ ଗ୍ରାମର ସଂଜୟ ସେଠୀ (୫୮) ନାମକ ଜଣେ ବ୍ୟକ୍ତି କୋଈ ସଂରକ୍ଷିତ ଜଙ୍ଗଲରେ ପଶୁ ଶିକାର ଲାଗି ୧୧ କେଭି ବିଦ୍ୟୁତ ତାର ବିଛାଇଥିଲା । ଏ ସମ୍ପର୍କରେ ସୂଚନା ପାଇ ହିନ୍ଦୋଳ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରିବା ସହ ସଂଜୟ ସେଠୀକୁ ଗିରଫ କରିଥିଲେ । ତା ନିକଟରୁ ଜିଆଇ ତାର, ଗୋଟିଏ ଦାଆ, ଶାବଳ ଓ କତୁରୀ ଜବତ ହୋଇଛି ବୋଲି ବନଖଣ୍ଡ ଅଧିକାରୀ (ଡିଏଫଓ ) ପ୍ରକାଶ ଚନ୍ଦ୍ର ଗୋଗିନେନି ସୂଚନା ଦେଇଛନ୍ତି ।

 

ସମ୍ବନ୍ଧିତ ଖବର