ଢେଙ୍କାନାଳରେ ଚୋରା ଦେଶୀ ବନ୍ଧୁକ କାରବାର, ଧରାପଡ଼ିଲେ ୨ ବେପାରୀ

ଢେଙ୍କାନାଳ : ଢେଙ୍କାନାଳରେ ବନ୍ଧୁକ ବିକ୍ରି ବେଳେ ଦୁଇଜଣ ଚୋରା ବନ୍ଧୁକ ବେପାରୀ ପୁଲିସ ହାତରେ ଧରାପଡ଼ିଥିବା ଜଣାଯାଇଛି । ହାତତିଆରି ଚୋରା ବନ୍ଧୁକ କାରବାର ହେଉଥିବା ଗୁଇନ୍ଦା ସୂଚନା ମିଳିବା ପରେ ଚଢଉ କରି ଭାପୁର ନିକଟରୁ ସେମାନଙ୍କୁ ଗିରଫ କରିଛି ଏସଟିଏଫ ଟିମ୍ ।

ସେମାନେ ଫଟୋ ଦେଖାଇ ବନ୍ଧୁକ ଡିଲ୍ ପରେ ବିକ୍ରି  କରୁଥିବାବେଳେ ସେମାନେ ଧରା ପଡ଼ିଥିଲେ । ସେମାନଙ୍କଠାରୁ ୯ଟି ଦେଶୀ ବନ୍ଧୁକ ସହ ଗୋଟିଏ ରିଭଲଭର ଜବତ କରିଛି ଏସଟିଏଫ ଟିମ୍ । ଏହି ଘଟଣାରେ କାଳନ୍ଦୀ ନାୟକ ଓ ଶ୍ୟାମସୁନ୍ଦର ସେଠୀଙ୍କୁ ଗିରଫ କରାଯାଇଛି  । ୨୦୨୦ରୁ ଏଯାବତ ଜବତ ହେଲାଣି ୫୬ଟି ଚୋରା ବନ୍ଧୁକ ସହ ୯୬ ରାଉଣ୍ଡ ଗୁଳି ।

ପ୍ରାରମ୍ଭିକ ତଦନ୍ତ ବେଳେ ଜଣାପଡ଼ିଛି ଯେ ଢେଙ୍କାନାଳ ଅଞ୍ଚଳରେ କେତେକ ଅପରାଧୀ ବନ୍ଧୁକ ତିଆରି ଓ ଚୋରା ଚାଲାଣରେ ଲିପ୍ତ ଅଛନ୍ତି । ସେମାନଙ୍କୁ ଧରିବାକୁ ଅଭିଯାନ ଆରମ୍ଭ ହୋଇଛି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର