ନବଲିଙ୍ଗାରେ ଜଣ୍ଡିସ୍‌ : ଗାଁକୁ ଗଲେ ଡାକ୍ତରୀ ଟିମ୍‌ ୩୬ ଆକ୍ରାନ୍ତଙ୍କ ଚିକିତ୍ସା

ଢେଙ୍କାନାଳ: ଗଁଦିଆ ବ୍ଲକ ମନ୍ଦାର ପଞ୍ଚାୟତ ନବଲିଙ୍ଗା ଗ୍ରାମରେ ଜଣ୍ଡିସ୍‌ କାୟା ବିସ୍ତାରିଛି। ଗ୍ରାମର ବିଭିନ୍ନ ଲୋକଙ୍କ ରକ୍ତ ନମୁନାରେ ଜଣ୍ଡିସ୍‌ ଚିହ୍ନଟ ହୋଇଛି। ଖବର ପାଇ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରୀ ଦଳ ଗାଁରେ ପହଞ୍ଚି ୩୬ଜଣ ଜଣ୍ଡିସ୍‌ ରୋଗୀଙ୍କ ଚିକିତ୍ସା କରିଛନ୍ତି। ଡାକ୍ତର ନଗଜାନନ୍ଦ ଦାଶ, ସହକର୍ମୀ ଗଣେଶ୍ୱର ମହାପାତ୍ର, ଅନିଲ ବ୍ରହ୍ମାଙ୍କ ସମେତ ଅନ୍ୟ କର୍ମଚାରୀମାନେ ଆଜି ସକାଳେ ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ। ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ। ଗ୍ରାମର ୫ଟି କୂଅକୁ ବିଶୋଧିତ କରାଯିବା ସହ ପାଣି ଏବଂ ରୋଗୀଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ରୋଗୀଙ୍କୁ ଚିକିତ୍ସା କରାଯିବା ସହ ଔଷଧ ଯୋଗାଇ ଦିଆଯାଇଛି ବୋଲି ଡାକ୍ତର ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର