କାମାକ୍ଷାନଗର: ବାଇକ୍‌ ଦୁର୍ଘଟଣା ଘଟି ଜଣେ ମୃତ

କାମାକ୍ଷାନଗର: ଗରୁବାର ବିଳମ୍ବିତ ରାତ୍ରୀରେ ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ି ଫାଣ୍ଡି ଅନ୍ତର୍ଗତ ଡୋଲିଆ ସମାକୁଦ ନିକଟରେ ଦୁଇଟି ବାଇକ୍‌ ସାମ୍ନାସାମ୍ନି ଧକ୍କା ଖାଇବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ମୃତ ବ୍ୟକ୍ତିଜଣକ ହେଉଛନ୍ତି କଙ୍କଡ଼ାହାଡ଼ ଥାନା ମାରଦା ଗାଁ’ର ପ୍ରଫୁଲ୍ଲ ଦାସଙ୍କ ପୁଅ ପ୍ରଦୀପ।

ପ୍ରଦୀପ ବାଇକ୍‌ ନେଇ ମହାବିରୋଡ଼ିସ୍ଥିତ ତାଙ୍କ ବନ୍ଧୁଘରକୁ ଯାଉଥିବା ବେଳେ ରାସ୍ତାରେ ଅନ୍ୟ ଗୋଟିଏ ବାଇକ୍‌ ସହ ମୁହଁମୁହିଁ ଧକ୍କା ଖାଇଥିଲେ।
ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍‌ସ୍‌ ଯୋଗେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ମୃତ ବୋଲି ସେଠାରେ ଡାକ୍ତରମାନେ ଘୋଷଣା କରିଥିଲେ।

ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର