ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ୍ଏସିରେ ସୋମବାର ଦିନ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଥିବା ବେଳେ ଆଜି ତାହାର ଫଳାଫଳ ଘୋଷଣା ହୋଇଛି। ହିନ୍ଦୋଳ ଏନଏସି ଅଧ୍ୟକ୍ଷ ଭାବେ ବିଜେଡିର କେଶବ ପ୍ରଧାନ ୪୫୪୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେହିପରି ବିଜେପିର ସୌଭାଗିନୀ ପ୍ରଧାନ ୩୯୨୩ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସର ରୀତା ପଳେଇଙ୍କୁ୨୧୯ ଖଣ୍ଡ ଭୋଟ ମିଳିଛି।
ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡି ୧୧ଟି ୱାର୍ଡରେ ବିଜୟୀ ହୋଇଥିବା ବେଳେ, ବିଜେପି ୫ ୱାର୍ଡରେ ବିଜୟୀ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/4995c9d3-c4f9-4c38-a16b-0a41b0523ae9.jpg)