ବନ୍ତଳା : ହିନ୍ଦୋଳ ବନାଞ୍ଚଳ କନ୍ତାମିଲା ଗ୍ରାମରୁ ଗତକାଲି ରାତିରେ ଏକ ବିରାଟକାୟ ଅହିରାଜ ସାପ ଉଦ୍ଧାର ହୋଇଛି । ସାପର ଲମ୍ବ ପ୍ରାୟ ୧୫ଫୁଟ ହେବ। ଅହିରାଜକୁ ଉଦ୍ଧାର ପରେ ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦିଆଯାଇଛି ।

Advertisment

publive-image

ପ୍ରାପ୍ତ ସୂଚନା ଅନୁଯାୟୀ କନ୍ତାମିଲା ଗ୍ରାମ ପ୍ରଧାନ ସାହିର ଜଗବନ୍ଧୁ ପ୍ରଧାନଙ୍କ ଘରେ ଗତକାଲି ସନ୍ଧ୍ୟା ସାଢେ ୭ଟା ବେଳେ ଏକ ୧୫ଫୁଟର ଅହିରାଜ ସାପ ପଶି ଯାଇଥିଲା। ଘର କୋଣରେ ସାପଟି ଶୋଇଥିବା ଦେଖି ଜଗବନ୍ଧୁଙ୍କ ପରିବାର ଭୟଭୀତ ହୋଇପଡିଥିଲେ । ଏହି ସାପକୁ ଉଦ୍ଧାର କରିବାକୁ ସେମାନେ ସର୍ପ ଉଦ୍ଧାରକାରି ଯୁବକ ବନ୍ତଳା ଅଞ୍ଚଳର ସୁଶାନ୍ତ କୁମାର ସାହୁଙ୍କୁ ଯୋଗାଯୋଗ କରିଥିଲେ।

publive-image

ଖବର ପାଇ ସୁଶାନ୍ତଙ୍କ ସହିତ ସାଥି ଜବଲିନ ସାହୁ,ରବି ଗୋଛାୟତ, ସୋନୁ କୁମାର ଘଟଣା ସ୍ଥଳରେ ପହଞ୍ଚି ଏହି ବିଷଧର ଅହିରାଜକୁ ଅତି ସତର୍କତାର ସହିତ ଘର ଭିତରୁ ଉଦ୍ଧାର କରିଥିଲେ।ଏତେବଡ଼ ସାପକୁ ଦେଖିବାକୁ ଗ୍ରାମର ଲୋକମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଥିଲା । ହିନ୍ଦୋଳ ବନାଞ୍ଚଳର ଫରେଷ୍ଟଗାର୍ଡ ମନୋଜ କୁମାର ବେହେରା ଓ ଅନ୍ୟ ବନ କର୍ମଚାରୀଙ୍କ ଉପସ୍ଥିତିରେ ନିକଟସ୍ଥ ଜଙ୍ଗଲରେ ଅଜିରାଜ ସାପକୁ ଛାଡି ଦିଆଯାଇଥିବା ସୂଚନା ମିଳିଛି।