ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି ଓ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ କାମାକ୍ଷାନଗର ,ପରଜଙ୍ଗ ,ଭୁବନ ଓ ଗଁନ୍ଦିଆ ଅବକାରୀ ବିଭାଗ ମିଳିତ ଟିମ ପରଜଙ୍ଗର ବିଭିନ୍ନ ଅଂଚଳରେ ଚଢ଼ାଉ କରିଛନ୍ତି । ଚଢ଼ାଉରେ ପରଜଙ୍ଗ ଲୋଧଣୀ ଗାଁରୁ ବ୍ୟାପକ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଛି। ଏଥିସହିତ ୩ ଜଣଙ୍କୁ ଗିରଫ କରାଯାଇଛି ।
ଗିରଫ ଅଭିଯୁକ୍ତମାନେ ଲୋଧଣୀ ଗାଁର ଅନ୍ତର୍ଯ୍ୟାମୀ ବିଶ୍ୱାଳ, ସୁରେଶନ ବେହେରା ଏବଂ ରୋଡ଼ ଗାଁର ପାଣ୍ଡବ ପୃଷ୍ଟି । ପାଣ୍ଡବ ନିଜେ ନକଲି ବିଦେଶୀ ମଦ ତିଆରି କରି ଅନ୍ତର୍ଯ୍ୟାମୀକୁ ନକଲି ମଦ ଯୋଗାଇ ଆସୁଥିଲା।ପାଣ୍ଡବ ନକଲି ମଦ ତିଆରି କରି ଅଞ୍ଚଳରେ ବିଭିନ୍ନ ଅସାଧୁ ବ୍ୟବସାୟୀକୁ ଯୋଗାଇ ଆସୁଥିବା ଅବକାରୀ ପକ୍ଷରୁ ସୂଚନା ମିଳିଛି। ସେହିପରି ଲୋଧଣୀ ଗାଁର ସୁରେଶନଠାରୁ ୪୦ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ପୁଲିସ । ଗିରଫ ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ପୁଲିସ ପକ୍ଷରୁ କୁହାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/Untitled-17.jpg)