ଗ୍ରାହକ ସେବା କେନ୍ଦ୍ର ମାଲିକଙ୍କୁ ଆକ୍ରମଣ କରି ୨ ଲକ୍ଷ ୧୭ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଶଶାପସି ତାରିଣୀ ମନ୍ଦିର ନିକଟରେ ଜଣେ ଗ୍ରାହକ ସେବା କେନ୍ଦ୍ର ମାଲିକଙ୍କୁ ୨ ଜଣ ଦୁର୍ବୃତ୍ତ ଆକ୍ରମଣ କରି ୨ ଲକ୍ଷ ୧୭ ହଜାର ଟଙ୍କା ଲୁଟିନେଇଥିବାର ଖବର ମିଳିଛି।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ବେଳେ ଶଶାପସି ଗାଁର ରଶ୍ମିରଞ୍ଜନ ପଣ୍ଡା ଗ୍ରାହକ ସେବା କେନ୍ଦ୍ରକୁ ଯାଉଥିବା ବେଳେ ହଠାତ୍ ଦୁଇ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ରଶ୍ମିରଞ୍ଜନ ପଣ୍ଡାଙ୍କଠାରୁ ୨ ଲକ୍ଷ ୧୭ ହଜାର ଟଙ୍କା ଲୁଟି ନେଇଥିଲେ।

ଏଥିରେ ସେ ଆହତ ହୋଇଛନ୍ତି। ଏନେଇ ରଶ୍ମିରଞ୍ଜନ ପଣ୍ଡା କଙ୍କଡାହାଡ଼ ଥାନାରେ ଅଭିଯୋଗ କରିଛନ୍ତି। ୨ ଲୁଟେରା କଙ୍କଡାହାଡ଼ ଥାନା ଦେଇ ଚମ୍ପଟ ମାରିଥିଲେ। କଙ୍କଡାହାଡ଼ ଥାନା ପୁଲିସ ଏହାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର