ମୁକ୍ତାପସି ଏସବିଆଇ କଷ୍ଟମର ସର୍ଭିସ ସେଣ୍ଟର ମାଲିକଙ୍କୁ ବନ୍ଧୁକ ଦେଖାଇ ଚାପଡ଼ରେ ହାଣିଲେ ଦୁର୍ବୃତ୍ତ

0

କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପସି ଏସବିଆଇ କଷ୍ଟମର ସର୍ଭିସ ସେଣ୍ଟର ମାଲିକ ଅଶ୍ୱିନୀ କୁମାର ମହାପାତ୍ରଙ୍କୁ ମଙ୍ଗଳବାର ଅପରାହ୍ନ ୧ଟା ୩୦ରେ ଜାତୀୟ ରାଜପଥ ୫୩ ସିଆରୀମାଳିଆ ଠାରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବନ୍ଧୁକ ଦେଖାଇ ଚାପଡ଼ରେ ବାମ ହାତକୁ ହାଣିଛନ୍ତି। ଅଶ୍ୱିନୀ କଷ୍ଟମର ସର୍ଭିସ ସେଣ୍ଟରରୁ କାମାକ୍ଷାନଗର ଆଡକୁ ଆସୁଥିବା ବେଳେ ବାଇକରେ ଦୁଇ ଦୁର୍ବୃତ୍ତ ଆକ୍ରମଣ କରିବାକୁ ଉଦ୍ୟମ କରିବାରୁ ସେ ପଛକୁ ପଳାଇ ଯାଇଥିଲେ। ପରେ ପୁଣି ଥରେ ତାଙ୍କୁ ବନ୍ଧୁକ ଦେଖାଇ ଚାପଡ଼ ଛୁରୀରେ ଆକ୍ରମଣ କରିଥିଲେ। ଯାହାଫଳରେ ତାଙ୍କର ବାମ ହାତରେ ଗଭୀର ଆଘାତ ଲାଗିଛି। ସେ ନିଜକୁ ବଞ୍ଚାଇବାକୁ ଦୁର୍ବୃତ୍ତମାନଙ୍କ ସହିତ ଧସ୍ତାଧସ୍ତି କରିଥିଲେ ଉଭୟ ହେଲମେଟ ପିନ୍ଧିଥିଲେ ପରେ ଛାଡିକି କେନାଲ ରାସ୍ତାରେ ପଳାଇଥିଲେ।

ଆହତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ବୃତ୍ତମାନେ ଅଶ୍ୱିନୀଙ୍କ ଠାରୁ କିଛି ନେଇ ପାରିନାହାନ୍ତି। ଅଶ୍ୱିନୀ କାମାକ୍ଷାନଗର ବସ ମାଲିକ ସଙ୍ଘ ସମ୍ପାଦକ ଅଛନ୍ତି। ଏହି ଖବର ସ୍ଥାନୀୟ ଅଂଚଳରେ ଜଣାପଡ଼ିବା ପରେ କାମାକ୍ଷାନଗର ମେଡିକାଲରେ ବସ ମାଲିକ ସଂଙ୍ଘ ସଭାପତି ଲଛମନ ଜେନାଙ୍କ ସମେତ ଅନେକ ଲୋକ କାମାକ୍ଷାନଗର ମେଡିକାଲକୁ ଆସିଥିଲେ। ଖବର ପାଇ କାମାକ୍ଷାନଗର ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଦିନକୁ ଦିନ ଜାତୀୟ ରାଜପଥ ଅସୁରକ୍ଷିତ ହୋଇ ପଡିଛି। ଦିନ ଦି ପ୍ରହରରେ ରାସ୍ତା ଉପରେ ଲୁଟ ହେଉଛି ଯାହାକି ପୁଲିସର ପେଟ୍ରୋଲିଂ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.