କାମାକ୍ଷାନଗର: କାମାକ୍ଷାନଗରରେ ଟ୍ରାକ୍ଟର ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ତୁମୁସିଙ୍ଗା ଥାନା ସୋଗର ପଞ୍ଚାୟତ କରବର ଗ୍ରାମର ଗେଡୁ ନାଏକ। ସୂଚନା ମୁତାବକ ଗତକାଲି ସଂଧ୍ୟାରେ ଗେଡୁ କାମ ସାରି ସାଇକେଲରେ ପଣ୍ଡୁଆ ବଜାରରୁ ଗାଁକୁ ଫେରୁଥିବା ସମୟରେ ପଣ୍ଡୁଆ ବଜାରରେ ନିର୍ମାଣାଧୀନ ପୂର୍ତ୍ତବିଭାଗ କଂକ୍ରିଟ ରାସ୍ତା କାମରେ ନିୟୋଜିତ ଥିବା ପାଣି ଟ୍ରାକ୍ଟରଟି ତାଙ୍କ ଉପରେ ଚଢ଼ି ଯାଇଥିଲା।
ସଙ୍ଗେସଙ୍ଗେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ନିଆଯାଇଥିଲl। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଆଜି ମୃତଦେହ ବ୍ୟବଚ୍ଛେଦ ସରିବା ପରେ ପରିବାର ଲୋକ କ୍ଷତିପୂରଣ ଦାବିରେ ପଣ୍ଡୁଆଠାରେ ଶବକୁ ରଖି ରାସ୍ତା ଅବରୋଧ କରିଛନ୍ତି। ଏହାଫଳରେ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତା ଅବରୋଧ ହୋଇ ରହିଛି। ଘଟଣାସ୍ଥଳରେ ପେୁଲିସ ପହଞ୍ଚି ବୁଝାସୁଝା ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Untitled୬-1.png)