ହାତୀ ଆକ୍ରମଣରେ ଦିନ ମଜୁରିଆ ଗୁରୁତର

କାମାକ୍ଷାନଗର: ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳ ପ୍ରାୟ ୬ଟା ୪୫ ମିନିଟ ସମୟରେ ଢେ଼ଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ସେକ୍ସନ ୨ର ଗଡପଳାସୁଣି ବଡ଼ସାହି ଗ୍ରାମର ଦୟାନିଧି ସିଂ (୩୨) ସକାଳ ସମୟରେ ନିଜର ନିତ୍ୟକର୍ମ ସାରିବା ପାଇଁ ସେ ନିଜ ଜମି ପାଖ ପଡ଼ିଆକୁ ଯାଇଥିଲେ। ସେ ଫେରିବା ସମୟରେ ତାଙ୍କୁ ଏକ ଦାନ୍ତ ହାତୀ ହଠାତ୍ ଜଙ୍ଗଲରୁ ବାହରି ଦୟାନିଧିଙ୍କୁ କଚାଡ଼ି ଦେଇଥିଲା।

ଦୟାନିଧିଙ୍କୁ ସେଠାରୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଘରକୁ ଅଣି ଫରେଷ୍ଟ ଅଫିସ୍ ଏବଂ ୧୦୮ ଆମ୍ବୁଲାନ୍ସକୁ କଲ କରିଥିଲେ। ୧୦୮ ଆମ୍ବୁଲାନ୍ସରେ ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି। ସେ ଜଣେ ଦିନ ମଜୁରିଆ ହୋଇଥିବାରୁ ତାଙ୍କ ପାଖରେ ମେଡିକାଲରେ ଚିକିତ୍ସା ପାଇଁ ଅର୍ଥ ନାହିଁ। ତୁରନ୍ତ ସରକାରଙ୍କ ତରଫରୁ ସମସ୍ତ ଚିକିତ୍ସା ବ୍ୟବସ୍ଥା କରାଗଲେ, ସେ ଭଲ ହୋଇପାରିବେ ବୋଲି ପରିବାରଲୋକ ଆଶା ବାନ୍ଧିଛନ୍ତି।

ଘଟଣାସ୍ଥଳରେ ଫରେଷ୍ଟର ସାରଙ୍ଗଧର ବେହେରା ପହଞ୍ଚି ତାଙ୍କ ପରିବାରକୁ  ୩୦୦୦ ଟଙ୍କା ଆର୍ଥିକ ସାହାଯ୍ୟ ଦେବା ସହିତ  ସରକାରଙ୍କ ତରଫରୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର