ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ ଅଞ୍ଚଳରେ ଜଣେ ଲୋକଙ୍କୁ ହାତୀ ଦଳିଦେଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁର ଗ୍ରାମର ପ୍ରଶାନ୍ତ ରାଉତ (୪୬)ଙ୍କୁ ଆଜି ଭୋରରୁ ଏକ ଦନ୍ତା ହାତୀ ଟେକି କଚାଡ଼ି ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଏ ଘଟଣାକୁ ନେଇ ସେହି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

Advertisment

ଘଟଣା ସ୍ଥଳରେ ବନ ଅଧିକାରୀ ଓ ବନ କର୍ମଚାରୀ ପହଞ୍ଚି ବୁଝାଶୁଝା କରିବା ପରେ ଦିନ ୧୦ଟାରେ ରାସ୍ତାରୋକ ହଟିଥିଲା। ପ୍ରଶାନ୍ତ ଗତକାଲି ରାତିରେ ଯୋରନ୍ଦା ଷ୍ଟେସନ ନିକଟରେ ଥିବା ଗୋଦାମରେ ସିମେଣ୍ଟ ଜଗିଥିଲେ।ଏକ ଦନ୍ତା ହାତୀ ତାଙ୍କୁ ଟେକି ଟ୍ରାନ୍ସଫର ଉପରକୁ ଫୋପାଡ଼ି ଦେଇଥିଲା। ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା ବେଳେ ଛାତି ମାଡ଼ ହୋଇଛି। ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ। ଏହି ଘଟଣାକୁ ନେଇ ଅଞ୍ଚଳବାସୀ ରାସ୍ତାରୋକ କରିଥିଲେ।

publive-image

ଘଟଣାସ୍ଥଳରେ ରେଞ୍ଜର ଧରିତ୍ରୀ ମୁର୍ମୁ, ଡେପୁଟି ରେଞ୍ଜର ହରମୋହନ ନାୟକ, ସଦର ଆଇଆଇସି ସନ୍ଧ୍ୟାରାଣୀ ବେହୁରିଆ, ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ସତ୍ୟ ଭୂତିଆ, ଅତିରିକ୍ତ ତହସିଲଦାର ଅନୁପମା ମୁର୍ମୁ, ଆରଆଇ ପୁଷ୍ପିତା ମଧୁମିତା ଦେହୁରୀ ପ୍ରମୁଖ ପହଞ୍ଚି ବୁଝାଶୁଝା କରିବା ସହ ଆହତକଙ୍କ ପରିବାରକୁ ୩୫ହଜାର ଟଙ୍କା ପ୍ରଦାନ କରିଥିଲେ ଓ ଏହାପରେ ରାସ୍ତାରୋକ ହଟିଥିଲା।