କାର୍‌ ଧକ୍କାରେ ରାଜମିସ୍ତ୍ରିଙ୍କ ମୃତ୍ୟୁ

କଙ୍କଡ଼ାହାଡ଼: କଙ୍କଡ଼ାହାଡ଼ ଥାନା କନ୍ଧରା ଗାଁର ଭରତ ସିଂ(୪୭) ଆଜି ସକାଳେ ଏକ କାର୍‌ ଧକ୍‌କାରେ ପ୍ରାଣ ହରାଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ଭରତ ଜଣେ ରାଜମିସ୍ତ୍ରି। ସକାଳେ ସେ ଆର୍‌ଆଇ ସିଂ ନାମକ ଜଣେ ବ୍ୟକ୍ତିଙ୍କ ସହ ଏକ ମଟରସାଇକେଲ୍‌(ଓଆର୍‌୦୬ଏଫ୍‌-୭୩୧୦)ରେ ଗାଁରୁ ଗଡ଼ପଳାଶୁଣି ଅଭିମୁଖେ କାମ କରିବାକୁ ଯାଉଥିଲେ। ଭରତ ମଟରସାଇକେଲ୍‌ ଚଳାଉଥିଲେ। କୀର୍ତନପୁର ଗାଁ ନିକଟରେ ଏକ କାର୍‌ (ଓଡି୧୪ଡି-୧୪୯୯) ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଭରତଙ୍କର ମୃତ୍ୟୁ ଘଟିଥିଲା। ଆର୍‌ଆଇ ସିଂ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। କଙ୍କଡ଼ାହାଡ଼ ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରି କାମାକ୍ଷାନଗର ଡାକ୍ତରଖାନାକୁ ନେଇଛନ୍ତି।

ସମ୍ବନ୍ଧିତ ଖବର