ଢେଙ୍କାନାଳ: ସପ୍ତଶଯ୍ୟା ଆଶ୍ରମ ସ୍କୁଲରେ ଜଣେ ୮ମ ଶ୍ରେଣୀ ଛାତ୍ରୀ ୩ ମାସର ଗର୍ଭବତୀ ହେବା ଘଟଣାରେ ପ୍ରଶାସନ ଗୁରୁବାର ଜଣେ ମାଟ୍ରନ ଓ ୨ ଜଣ ଶିକ୍ଷୟତ୍ରୀଙ୍କୁ ବହିଷ୍କାର କରିଛି। ରିପୋର୍ଟ ଅନୁସାରେ ମାଟ୍ରନ ସ୍ମୃତିରେଖା ସେଠୀ, ଶିକ୍ଷୟତ୍ରୀ ସଂଘମିତ୍ରା ଶୁଭଲକ୍ଷ୍ମୀ ଓ ଯୋଗମାୟା ଗଡ଼ାନାୟକ ବହିଷ୍କୃତ ହୋଇଛନ୍ତି।
କିଛି ଦିନ ତଳେ ଘଟିଥିବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଆଶ୍ରମ ସ୍କୁଲର ପ୍ରଧାନଶିକ ଘଟଣା ସଂପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜଣାଇବା ସହ ଥାନାରେ ଅଭିଯୋଗ କରିବା ପରେ ଚାରିଆଡେ ଚର୍ଚ୍ଚା ହୋଇଥିଲା। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/DKL.jpg)