କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଘଟିଛି ଏକ ଅଭାବନୀୟ ଘଟଣା। କାମାକ୍ଷାନଗର ଥାନା ଭୂବନ ବ୍ଲକ ଦିଘି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସର୍ବେଶ୍ବର ରାଉତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଗତକାଲି ବିଳମ୍ବିତ ରାତିରେ ସର୍ବେଶ୍ବର ଘରକୁ ଫେରୁଥିବା ବେଳେ ପୂର୍ବ ଶତୃତାକୁ ନେଇ ତାଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ତାଙ୍କୁ ଆକ୍ରମଣ ପରେ ହସ୍ପିଟାଲ୍ ନିଆ ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ କାମାକ୍ଷାନଗର ଥାନା ପୁଲିସ ତଦନ୍ତ କରୁଛି। କେଉଁ କାରଣକୁ ନେଇ ଏହି ହତ୍ୟା ହୋଇଛି ଯଦିଓ କାରଣ ଜଣା ପଡ଼ିନାହିଁ, ତଦନ୍ତ ପରେ ପ୍ରକୃତ କାରଣ ଜଣା ପଡିବ ବୋଲି ପୁଲିସ୍ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/Untitled-29.jpg)