ନବବଧୂଙ୍କ ମୃତଦେହ ଜବତ

ବଅଁରପାଳ: ବଅଁରପାଳ ଥାନା ଗୋତମରା ଗାଁ’ର ନବବଧୂ ଗୁଡ଼ୁଲି ରାଉତ(୨୦)ଙ୍କର ଗତକାଲି ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ପୁଲିସ ମୃତଦେହ ଜବତ କରିବା ସହ ଆଜି ସକାଳ ୧୦ଟା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ କରୁଛି। ପୁଲିସ ସୂତ୍ରରୁ ପ୍ରକାଶ, ଘର ପର୍ଜଙ୍ଗ ବ୍ଲକ ବସୁଲେଇ ଗାଁ ନିବାସୀ ଗୁଡ଼ୁଲି ରାଉତଙ୍କ ଗତ ଜାନୁଆରି ମାସରେ ଗୋତମରା ଗ୍ରାମର ସୁଜିତ୍ ଦେହୁରୀଙ୍କ ସହ ବିବାହ ହୋଇଥିଲା। ଗତକାଲି ଶ୍ବଶୁର ଘର ଲୋକେ ଗୁଡ଼ୁଲି ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି ବୋଲି ବସୁଲେଇ ଗାଁକୁ ଖବର ଦେଇଥିଲେ। ଅନ୍ୟପକ୍ଷରେ ଝିଅକୁ ଶ୍ବଶୁର ଘର ଲୋକେ ଯୌତୁକ ପାଇଁ ହତ୍ୟା କରିଛନ୍ତି ବୋଲି ଗୁଡ଼ୁଲିଙ୍କ ବାପା ଅଯୋଧ୍ୟା ରାଉତ ବଅଁରପାଳ ଥାନାରେ ଅଭିଯୋଗ କରିଥିଲେ। ଏ ସଂପର୍କରେ ପୁଲିସ ଏକ ଯୌତୁକ ଜନିତ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର