ଢେଙ୍କାନାଳ: ୨୦୦୬ ମସିହାରେ ଦୋକାନ ଗୃହ ଯୋଗାଇ ଦେବାକୁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ସହରର ରତନ ପରିଡାଙ୍କଠାରୁ ଅମାନତ ଜମା ଭାବେ ୨୫ହଜାର ଟଙ୍କା ନେଇଥିଲା ବେଳେ ଅଦ୍ୟାବଧି ଗୃହ ଯୋଗାଇ ଦେଇନଥିଲା କିମ୍ବା ତାଙ୍କ ଟଙ୍କା ପରିଶୋଧ କରିନଥିଲା। ଏହାର ପ୍ରତିବାଦରେ ଶ୍ରୀ ପରିଡା ଅଦାଲତର ଆଶ୍ରୟ ନେବା ପରେ ଆଜି ଜିଲ୍ଲା ଖାଉଟି ଅଦାଲତ ଅମାନତ ଜମା ୨୫ ହଜାର ଟଙ୍କା ସହ ୧୦ ପ୍ରତିଶତ ସୁଧ, ମକଦମା ଖର୍ଚ୍ଚ ବାବଦକୁ ୫ ହଜାର ଟଙ୍କା ୩୦ ଦିନ ମଧୢରେ ପ୍ରଦାନ କରିବାକୁ ଢେଙ୍କାନାଳ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା
ସୂଚନା ଅନୁଯାୟୀ, ସହର ଉପକଣ୍ଠ ମହିଷାପାଟ ଠାରେ ପ୍ରସ୍ତାବିତ ଢେଙ୍କାନାଳ ନୂତନ ବସଷ୍ଟାଣ୍ତ ନିକଟରେ ମ୍ୟୁନିସିପାଲିଟି ଦୋକାନ ଗୃହ ନିର୍ମାଣ କରାଯାଇ ଆବ˚ଟନ କରାଯିବାକୁ ନୋଟିସ ଜାରିକରିଥିଲା। ଆଦେଶ ସ˚ଖ୍ୟା ୧୯୪୦ ତା୧୯-୭-୨୦୦୬ ରିଖରେ ବିଭିନ୍ନ ଖବରକାଗଜରେ ଏ ସ˚ପର୍କିତ ବିଜ୍ଞାପନ ମଧୢ ପ୍ରକାଶ ପାଇଥିଲା ା ବିଜ୍ଞାପନ ଦେଖି ସହରର ହାଟରୋଡ ଅ˚ଚଳର ରତନ ପରିଡା ଗତ ୨୦୦୬ ମସିହା ଅଗଷ୍ଟ ୧୮ ତାରିଖରେ ରସିଦ ନ˚ ୫୪୨୫୪ରେ ୨୫ହଜାର ଟଙ୍କାର ଅମାନତ ରାଶି ଢେଙ୍କାନାଳ ମ୍ୟୁନିସିପାଲଟିରେ ଦାଖଲ କରିଥିଲେ ା ମ୍ୟୁନିସିପାଲିଟି କତୃର୍ପକ୍ଷ ୨୦୦୬ରୁ ୨୦୧୮ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୨ ବର୍ଷ ମଧୢରେ ଦୋକାନ ଗୃହ ଦେବାକୁ ଅସମର୍ଥ ହୋଇଥିଲେ। ଫଳରେ ଶ୍ରୀ ପରିଡା ନିଜର ଅମାନତ ଜମା ରାଶି ଫେରି ପାଇବା ପାଇଁ ମ୍ୟୁନିସିପାଲଟି କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ ା ମ୍ୟୁନିସିପାଲିଟି ଏହାକୁ କର୍ଣ୍ଣପାତ ନକରିବାରୁ ଶ୍ରୀ ପରିଡା ଜିଲ୍ଲା ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ ା ଖାଉଟି ଅଦାଲତ ସଭାପତି ବାଦଲ ବିହାରୀ ପଟ୍ଟନାୟକ ଓ ସଭ୍ୟ ପୂର୍ଣ୍ଣଚନ୍ଦ୍ର ମିଶ୍ର ସି.ସି.କେସ ନ˚ ୪୫/୨୦୧୮କୁ ବିଚାର କରି ସାକ୍ଷ୍ୟ ପ୍ରମାଣ ଆଧାରରେ ଉପରୋକ୍ତ ଆଦେଶ ଦେଇଛନ୍ତି ା ଖାଉଟି ଶ୍ରୀ ପରିଡାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶୁଭାଷିଶ ମିଶ୍ର ମାମଲା ପରିଚାଳନା କରିଥିଲେ ା
ଦୋକାନ ଗୃହ ଯୋଗାଇ ନଦେବାରୁ ପୌର କର୍ତ୍ତୃପକ୍ଷଙ୍କୁ ଜରିମାନା
/sambad/media/post_attachments/wp-content/uploads/2018/12/smart-ways-to-spend-1K-373x261.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)