ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କପିଳାସ ରେଞ୍ଜ ଅନର୍ଗତ ଦେଓଗାଁ ପଞ୍ଚାୟତ ଗୋପାଳପୁର ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିକିଆ ଦନ୍ତାହାତୀ ଆକ୍ରମଣରେ ଜଣେ ଗ୍ରାମବାସୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଫଉଦ ନାୟକ।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଫଉଦ ନାୟକ ନିଜ ବାଡ଼ିରେ ଶୌଚ ହେଇ ଫେରୁଥିବା ସମୟରେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ସେ ଦୌଡ଼ି ପଳାଇବାକୁ ଇଉଦ୍ୟମ କରିଥିଲେ ବି ସେଥିରେ ବିଫଳ ହୋଇଥିଲେ। ହାତୀଟି ତାଙ୍କୁ କଚାଡି ମାରି ଦେଇଥିଲା। ଏହାପରେ ହାତୀଟି ତତକ୍ଷଣାତ ଘଟଣାସ୍ଥଳରୁ କୁଆଡ଼େ ଉଭାନ ହୋଇଯାଇଥିଲା। ଘଟଣା ସଂପର୍କରେ ଖବର ପାଇ ବନ ବିଭାଗ କର୍ମଚାରୀମାନେ ଗାଁରେ ପହଞ୍ଚିଛନ୍ତି। ଲୋକେ ବୃଦ୍ଧଙ୍କ ମୃତ୍ୟୁ ଲାଗି କ୍ଷତିପୂରଣ ଦାବି କରିଛନ୍ତି।

Advertisment