ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା କଙ୍କଡାସୋଡା ଗାଁରେ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ କଙ୍କଡାସୋଡା ଗାଁର ଏକାଦଶୀ ନାୟକ। ଏକାଦଶୀ ଗାଧୋଇବା ପାଇଁ ଗାଁ ଖଣ୍ଡିଆବନ୍ଧ ପୋଖରୀକୁ ଯାଇଥିଲେ। ଅସାବଧାନତା କାରଣ ହେତୁ ପୋଖରୀରେ ବୁଡି ଯାଇଥିଲେ । ତାଙ୍କ ମୃତ ଦେହ ପୋଖରୀରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ, ଯାହାକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ଜଳାଶୟରେ ବୁଡ଼ି ବୃଦ୍ଧଙ୍କର ମୃତ୍ୟୁ
/sambad/media/post_attachments/wp-content/uploads/2022/05/07eaea79-ab17-4949-8ab0-00d900405925.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)